ଓଟିଡିସି ନାଁରେ ୩ କୋଟି ଠକେଇ , ୨ ଗିରଫ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ( ଓଟିଡିସି)ର ନାଆଁ ରେ ଠକେଇ କରିଥିବା ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ବିଟେକ୍ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି ଏବଂ ଆରଜଣକ ହେଲେ ତଥା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦଜୀ ମହାରାଜ ।ବିଜୟାନନ୍ଦଙ୍କୁ କଟକର ସିଡିଏ ଅଂଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା । ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ, ଚନ୍ଦନ ଆକାଶ ମହାନ୍ତି ପର୍ଯ୍ୟଟନ ବିକାଶ ନିଗମ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ ଚୁକ୍ତିଭିତିକ ଭିତିରେ କାର୍ଯ୍ୟ କରୁଥିଲେ । ଜଣେ ନିଜକୁ ଓଟିଡିସିର ଅଧ୍ୟକ୍ଷ କହୁଥିବା ବେଳେ ଆଉ ଜଣେ ନିଜକୁ ଓଟିଡିସିର ଆସିଷ୍ଟାଂଟ ମ୍ୟାନେଜରର ପରିଚୟ ଦେଇ ସ୍ପେସାଲ୍ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାଏଙ୍କୁ ଠକିଥିଲେ । ଓଟିଡିସିର ନକଲି ୱାର୍କ ଅର୍ଡରରେ ଜାଲି ସିଲ୍ ଓ ଦସ୍ତଖତ କରି କଂଟ୍ରାକ୍ଟରଙ୍କୁ ଦେଇଥିଲେ ଓ ତା’ବଦଳରେ ୩ କୋଟି ଟଙ୍କା ଡିପୋଜିଟ ଆକାରରେ ନେଇଥିଲେ । ଏ କଥା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ