୨ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌୍‌ଏସ୍‌): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ସହ ସାକ୍ଷାତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ଜରିଆରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଶିକ୍ଷା ଅର୍ଥନୀତିରେ ପରିଣତ କରିବା ପାଇଁ ଥିବା ଭାରତ ସରକାରଙ୍କ ପ୍ରୟାସ ଉପରେ ଆଲୋଚନା ହୋଇଛି ।
ସେହିପରି ଶ୍ରୀ ପ୍ରଧାନ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ସହ ସାକ୍ଷାତ୍ କରି ଓଡ଼ିଶାରେ ଗବେଷଣା ଓ ଶିକ୍ଷା ଭିତିଭୂମିକୁ ମଜବୁତ୍ କରିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସମ୍ବଦ୍ଧରେ ଆଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ