ଓଟିିଏମ୍ ଦୂର୍ଗାବଜାର କମିଟି ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ଓଟିିଏମ୍ ଦୂର୍ଗାବଜାର କମିଟି ତରଫରୁ କୋଭିଡ କଟକଣା ନିୟମ ପାଳନ କରି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଦୁର୍ଗା ବଜାର ସ୍ଥିତ ମା ଦୁର୍ଗା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟି ର ସଭାପତି ଅଶୋକ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ଆଲୋକ କୁମାର ଦାସ,ଉପସଭାପତି ବିଶ୍ଵନାଥ ମହାନ୍ତି ଙ୍କ ସମେତ ବଜାର କମିଟି ର କାଜ୍ୟକର୍ତ୍ତା ଓ ବ୍ୟବସାୟୀ ମାନେ ଯୋଗ ଦେଇଥିଲେ।


