ଓଡଙ୍ଗ ପଞ୍ଚାୟତରେ ବିଜେପିର ନିର୍ବାଚନୀ ସଭା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଜିଲ୍ଲା ବିଜେପି ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ବନ୍ତ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟା ରୀନା ସିଂ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ନବୀନ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ତ୍ରୀବ୍ର ସମାଲୋଚନା କରିବା ସହିତ କେନ୍ଦ୍ରରେ ମୋଦି ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ରରେ ପୁନର୍ବାର ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଉଭୟ ଲୋକସଭା ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଜାମବଣି ଛକ ଠାରୁ ବିରାଟ ମୋଟର ସାଇକେଲ ର‌୍ୟାଲିରେ ପ୍ରାର୍ଥୀଦ୍ୱୟଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନରେଶ ଜେନା, କିର୍ତ୍ତି ଶଙ୍କର ମହାନ୍ତି, ରଂଗାଧର ନାୟକ, ଦୀଲିପ ନାୟକ, ରାଜେନ୍ଦ୍ର ଦାସ, ସତ୍ୟବ୍ରତ ରାଉତ, କ୍ଷୀରୋଦ ଜେନା, ଚଗୁଲୁ ପଣ୍ଡା, ଶେଖର ଜେନା, ଟୁନୁ ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ