ଓଡ଼ିଆ ଅସ୍ମିତା ପାଇଁ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ବିଧାୟକଙ୍କ ପୋଷାକ ‘ଧୋତି’ ଓ ‘ଶାଢୀ’କୁ ରାଜ୍ୟ ସରକାର ସାମିଲ୍ କରନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଚାଲିଥିବା ବିଜେପି ସରକାର ଓଡ଼ିଆର ଅସ୍ମିତା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ ଏହି ଅସ୍ମିତାକୁ ନିର୍ବାଚନରେ ଅସ୍ତ୍ର କରି ଶାସନ କ୍ଷମତା ନେଇଛନ୍ତି । ଭାଷାର ସୁରକ୍ଷା ସହିତ ସଂସ୍କୃତିର ସୁରକ୍ଷା ଓ ପରମ୍ପରାର ସୁରକ୍ଷା ପାଇଁ ରାଜକୋଷରୁ ଅର୍ଥ ବରାଦ କରାଯାଇଛି । ଓଡ଼ିଆର ଅସ୍ମିତା ପାଇଁ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ବୋଧହୁଏ ସରକାର ଭୁଲି ଯାଇଛନ୍ତି । ତେଣୁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ, ସପ୍ତାହକୁ ଥରେ ପୁରଷମାନେ ‘ଧୋତି ପଞ୍ଜାବୀ’ ଓ ମହିଳାମାନେ ‘ଶାଢୀ’ ପରିଧାନ କରିବା ପାଇଁ ନିିର୍ଦ୍ଦେଶାନାମା ଜାରି କଲେ ଏକ ନୂତନ ପରମ୍ପରା ସୃଷ୍ଟି ହେବା ସହିତ ଓଡ଼ିଆଙ୍କ ବେଶ ପୋଷାକର ପରମ୍ପରା ବଜାୟ ରିହପାରିବ । ଏହାସହିତ ସମସ୍ତ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବିଧାନସଭା ଚାଲୁଥିବା ସମୟରେ ଅଥବା ଅଫିସ୍‌କୁ ଆସୁଥିବା ସମୟରେ ସପ୍ତାହକୁ ଥରେ ଧୋତି, ପଞ୍ଜାବୀ ଓ ଶାଢୀ ପରିଧାନ କରିବାକୁ ନିଖିଳ ଓଡ଼ିଶା ପାଇକ ମହାଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରମାନେ ଧୋତି ପଞ୍ଜାବୀ ସହିତ ଛାତ୍ରୀମାନେ ସପ୍ତାହକୁ ଥରେ ଶାଢୀ ପରିଧାନ କରି ଆସିବା ଦ୍ୱାରା ବୁଡ଼ି ଯାଉଥିବା ପରମ୍ପରା ପୁନରାୟ ଉଜ୍ଜିବୀତ ହୋଇପାରିବ । ମାନ୍ୟମର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବା ସହିତ ନିଜେ ସପ୍ତାହକୁ ଥରେ ପରିଧାନ କଲେ ଓଡ଼ିଆ ଅସ୍ମିତାର ପରିଚୟ ପ୍ରଦାନ କରିପାରିବ । ରାଜ୍ୟ ସଂଯୋଜକ କେଦାରନାଥ ଦାସ, ସମ୍ପାଦକ ପ୍ରଫେସର ଡଃ ଗାୟନ ସାମଲ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଉପଦେଷ୍ଟା ବିଭୂତି ସ୍ୱାଇଁ, ବିଜୟ କୁମାର ଆଇଚ, ପ୍ରଫେସର ଶଶାଙ୍କ ଶେଖର ଚୁଡ଼ାମଣୀ, ବିଜୟ ବେହେରା ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ