ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ “ବିଶ୍ୱଭୁଷଣ ହରିଚନ୍ଦନ”
(ପ୍ରଦୀପ ସେନାପତି)
ମୋର ରାଜନୈତିକ ଜୀବନରେ ଓଡ଼ିଶାର ଜନନାୟକ, ବର୍ଷିଆନ ରାଜନିତିଜ୍ଞ ଆମ ସମସ୍ତଙ୍କ ପ୍ରିୟ ଓ ଆପଣାର “ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମୁଁ ଅତି ପାଖରୁ ଦେଖିଛି । ଶୌର୍ଯ୍ୟ, ସାହାସ ଓ ଦେଶ ପ୍ରେମର ଅପ୍ରତିମ ମହାନାୟକ । ବିଶ୍ୱଭୂଷଣବାବୁଙ୍କ ୯୦ତମ ଜୟନ୍ତୀ ଦିବସରେ ଯେତେବେଳେ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ଓ ସେବା ସାଧନାର ଉତ୍ସର୍ଗୀକୃତ ଅଦମ୍ୟ ସାହାସର ସେହି ଅଟଳ ବୀରପୁରୁଷଙ୍କ କଥା ସ୍ମରଣ କରୁଛେ, ସେତେବେଳେ ଗୋଟିଏ ଅନନ୍ୟ ଉଦାହରଣ ଆମ ସ୍ମୃତି ପଟରେ ଭାସି ଉଠୁଛି । ତାହା ହେଲା, ଭାରତୀୟ ରାଜନୈତିକ ଦୃଶ୍ୟ ପଟ୍ଟରେ ଭାରତର ‘ଲୌହମାନବ’- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବୋଲି ସମସ୍ତେ ଜାଣନ୍ତି । ଆଉଜଣେ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଦ୍ୱିତୀୟ “ଲୌହମାନବ” ଭାବରେ ସମସ୍ତଙ୍କ ଠାରେ ଚର୍ଚ୍ଚିତ ଓ ପରିଚିତ ବ୍ୟକ୍ତି, ସେ ହେଉଛନ୍ତି – ବର୍ତ୍ତମାନର ମହାମହିମ ଛତିଶଗଡ଼ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ।ବିଶ୍ୱଭୂଷଣ ହରିଚନ୍ଦନ କେବଳ ମାତ୍ର ରାଜ୍ୟ ସ୍ତରୀୟ ଜଣେ ପ୍ରଖ୍ୟାତ ରାଜନେତା ଅଟନ୍ତି ବୋଲି କହିବା ସେହି ଅସାଧାରଣ ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କର ଉପଯୁକ୍ତ ମୂଲ୍ୟାୟନ କଦାପି ନୁହେଁ, ସେ ଜଣେ ଏକାଧାରରେ ସାହାସୀ, ସ୍ୱାଧୀନତା ସଂଗ୍ରାମୀ, ନିଜ ଆଦର୍ଶ ଓ ମୂଲ୍ୟ ବୋଧର ଦ୍ୱିଧାହୀନ ଧାରକ, ଅବିଚଳ ଜାତୀୟତାବାଦୀ, ଦେଶପ୍ରେମୀ, ଓଡ଼ିଶାପ୍ରେମୀ, ଲୋକପ୍ରିୟ ଓ ସର୍ବୋପରି ନିଜ ପ୍ରିୟ ଓଡ଼ିଶାର ସୁଖ-ସମୃଦ୍ଧିର ସ୍ୱାଭିମାନି ଓଡ଼ିଆଙ୍କ ପାଇଁ ସ୍ୱପ୍ନ ସର୍ବଦା ତାଙ୍କ ଅନ୍ତରରେ ଭରି ରହିଛି । ୧୯୯୦ ରୁ ୧୯୯୫, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନତାଦଳ ସରକାରରେ ଖାଦ୍ୟ ଓ ଯୋଗାଣ ବିଭାଗର କ୍ୟାବିନେଟ ମନ୍ତ୍ରୀଭାବରେ ସପଥ ନିଅନ୍ତି । ମୁଁ ରାଜ୍ୟ ସଚ୍ଚିବାଳୟକୁ ପ୍ରାୟ ସବୁଦିନ ଲୋକଙ୍କ ସମସ୍ୟା ନେଇ ବିଭିନ୍ନ ମନ୍ତ୍ରୀଙ୍କ ପାଖକୁ ଯାଇଛି । ତେବେ ସମସ୍ତ ମନ୍ତ୍ରୀମାନଙ୍କଠାରୁ ସେ ଜଣେ ଅନନ୍ୟ ନିଆରା ମନ୍ତ୍ରୀ ବୋଲି ମୁଁ ଅନୁଭବ କଲି । ମୁଁ ଥରେ ପଚାରିଲି, ସାର୍ ଆପଣ କେତେଖୁସୀ ? ସେ କହିଥିଲେ ଯେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଓଡ଼ିଶା ମୋ ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି । ମୋତେ ବହୁତ କିଛି ଶିଖାଇଛି । ପୂର୍ବରୁ ମଧ୍ୟ ଅନେକ ଥର ମନ୍ତ୍ରୀ ହୋଇଛି, ଓଡ଼ିଶାବାସୀଙ୍କ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ତୁମମାନଙ୍କର ସମ୍ମାନକୁ କେବେ ବି ଭୁଲିପାରିବି ନାହିଁ । ଆମ ଓଡ଼ିଶା ମାଟିର ବିଶେଷ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ରହିଛି । ଓଡ଼ିଶା ଭୂଗୋଳ ନୁହେଁ, ଏକ ମହାଭାବ, ଯାହାର ଭିତ୍ତି ଓ ଆଧାର ହେଉଛି ବିଶ୍ୱଜନପ୍ରୀତି । ତେବେ, ଦୁଃଖର କଥା -ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା ଦରିଦ୍ର କାହିଁକି, ଗରିବ କାହିଁକି, ପଛୁଆ କାହିଁକି ? ଏ ପ୍ରଶ୍ନର ଉତ୍ତର ସମାଧାନ ବାଟରେ ହିଁ କରିବାକୁ ପଡ଼ିବ । ଆଗାମୀ ଦିନରେ ଓଡ଼ିଶା ସମଗ୍ର ପୃଥିବୀକୁ ମାର୍ଗଦର୍ଶକ କରାଇବ । ଏ ଆମ ମାଟି ଓ ଏହାର ପୁଣ୍ୟବନ୍ତ ମଣିଷଙ୍କୁ ମୋର କୋଟି ପ୍ରଣାମ ବୋଲି କହିଥିଲେ । ପ୍ରକୃତରେ, ମୋର ରାଜନୈତିକ ଜୀବନରେବିଶ୍ୱ ଭୂଷଣ ହରିଚନ୍ଦନଙ୍କଠାରୁ,


