ଓଡ଼ିଆ ଲୋକ ସାହିତ୍ୟ କୁ ରୁଦ୍ଧିମନ୍ତ କରିଥିଲେ ଅଭିମନ୍ୟୁ ସାମନ୍ତସିଂହାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅଭିମନ୍ୟୁ ସ୍ମୃତି ସଂସଦ ପକ୍ଷରୁ ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ୨୬୪ ତମ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ସମ୍ମାନିତ ଅତିଥି ଭାବେ ବିଧାୟକ ଅମର ଶତପଥି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ବରେନ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ନିର୍ଦ୍ଧେଶକ ଦିଲୀପ କୁମାର ଯୋଗ ଦେଇ ଓଡ଼ିଆ ସାହିତ୍ୟ, ଲୋକଗୀତ ତଥା ତାଙ୍କ କାଳଜୟୀ ବିଦଗ୍ଧ ଚିନ୍ତାମଣି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମତ ବ୍ୟକ୍ତ କରି ଥିଲେ. ଜଣେ ଜନପ୍ରିୟ କବି, ଲେଖକ ତଥା ସମାଜ ର ସାମଗ୍ରିକ କୃତି ତାଙ୍କୁ ଚିର ସ୍ମରଣୀୟ କରିଛି ବୋଲି ମତ ପ୍ରକାଶ କରା ଯାଇଥିଲା.ସ୍ୱ ରଚିତ ବାଘ ଗୀତ, ଚଢେଇ ଗୀତ ପ୍ରମୁଖ ତାଙ୍କର ସାରସ୍ୱତ କୃତି ଥିଲା. ସାଧାରଣ ସମ୍ପାଦକ ଖତୁ ଚରଣ ବିଶ୍ୱାଳ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରି ଥିଲେ. ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବୋଲି ପୂଜ୍ୟ ପୂଜା ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.