ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ଭୁବନେଶ୍ବର,(ଯୁଗାବ୍ଦ ନ୍ୟୁଜ୍) : ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପିଏମଜି ଛକରେ ଥିବା କର୍ମବୀରଙ୍କ ପ୍ରତିମୁର୍ତ୍ତିର୍ କୁ ସଫେଇ କରିବା ସହ ଓଡିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । । ଏହା ସହ ପ୍ରତି ସପ୍ତାହ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଅଭିଯାନର ଦ୍ବିତୀୟ ପାଳିରେ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଛି । ଏହା ସହ ସ୍ମୃତିସ୍ଥଳକୁ ସଫେଇ କରିଥିଲେ । ପରେ କର୍ମବୀରଙ୍କ ସ୍ମୃତିଚାରଣ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, ୧୮୬୬ ଅଗଷ୍ଟ ୪ରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା । ଯାହା କର୍ମବୀର ଗୌରୀଶଙ୍କର ଓ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ନ’ଅଙ୍କ ଦୁର୍ଭିକ୍ଷର କରାଳ ରୂପକୁ ପ୍ରଶାସନ ପାଖରେ ପହଞ୍ଚାଇବାର ପ୍ରମୁଖ ଭୂମିକା ସାଜିଥିଲା ଉତ୍କଳ ଦୀପିକା । ଏହା ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଦୀପିକାର ଏକ ପ୍ରମୁଖ ଅବଦାନ ରହିଥିଲା । ତେଣୁ ଉତ୍କଳ ଦୀପିକାର ଜନ୍ମଦିନକୁ ପୂଜ୍ୟପୂଜା ସାଂସ୍କୃତିକ ସୁରକ୍ଷା ଅଭିଯାନ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରିବା ସହ ଏହାର ପ୍ରତିଷ୍ଠାତା ସଂପାଦକ କର୍ମବୀର ଗୌରୀଶଙ୍କରଙ୍କ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଛି । ଆସନ୍ତା ରବିବାର ଅଭିଯାନ ପକ୍ଷରୁ ପିଏମଜି ଛକରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିସ୍ଥଳ ସଫେଇ କାକ୍ରମ କରାଯିବ ବୋଲି ଅଭିଯାନର ସଂଯୋଜକ କିଶନ ବାରାଇ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଜୟ ପରିଡା , ନାରାୟଣ ଚନ୍ଦ୍ର ଓଝା , ଡମ୍ବରୁଧର ହରଣସିଂହ , ଅଲେଖ ଜେନା , ନାରାୟଣ ଖୁଣ୍ଟିଆ , ଅସିତ ଦାସ , ବେଣୁଧର ହରିସଚନ୍ଦନ , ନବ କିଶୋର ପ୍ରଧାନ , ସୂର୍ଯ୍ୟକାନ୍ତ ସ୍ବାଇଁ ,ବିଶ୍ୱରଂଜନ ରାଉତ , ସଂଜୀବ ପଣ୍ଡା , ଶିବ ଶଙ୍କର ଡାକୁଆ , ଅରବିନ୍ଦ ତ୍ରିପାଠୀ , ଶିବ ପ୍ରସାଦ ସାହୁ ,ଲକ୍ଷ୍ମଣ ଦାସ , ପ୍ରବୀଣ ମହାପାତ୍ର ,ଯୋଗ ଦେଇଥିଲେ ।