ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ଜନଗଣନା ଅଧିନିୟମ ୧୯୪୮ ସଂଶୋଧନ କରି ଜାତି ଆଧାରରେ ଗଣନା ବାଧ୍ୟତାମୂଳକ କରାଯାଇ ପଛୁଆ ଓ ଅତି ପଛୁଆବର୍ଗଙ୍କ ପାଇଁ ଶିକ୍ଷା, ସରକାରୀ ଚାକିରିରେ ନିଯୁକ୍ତି ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ମ୍ୟୁନିିିସିପାଲିଟି ନିର୍ବାଚନ ଗୁଡ଼ିକରେ ପଛୁଆବର୍ଗଙ୍କୁ ୨୭% ସ୍ଥାନ ସଂରକ୍ଷଣ ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବହାତି ଯାଦବ ରାଜ୍ୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜାତି ଜନଗଣନା ଏକ ବୃହତ୍ ସାମାଜିକ ଆହ୍ୱାନ ହୋଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନାତ୍ମକ ଭାବରେ ପରିଦୃଶ୍ୟ ହେଉଛି । ବର୍ତ୍ତମାନ ସମୟରେ ଜାତିଭିତ୍ତିକ ଜନଗଣନା ଏକ ଆଇନଗତ ଆବଶ୍ୟକତା ଏବଂ ସାମାଜିକ ନ୍ୟାୟର ସାମ୍ବିଧାନିକ ବାଧ୍ୟତାମୂଳକ ନୀତି, ଯେଉଁଥିରେ ନିର୍ବାଚନ ମଣ୍ଡଳୀର ପ୍ରାର୍ôଥତ୍ୱ, ଶିକ୍ଷା ଏବଂ କର୍ମନିଯୁକ୍ତିରେ ସଂରକ୍ଷଣ ଅନ୍ତର୍ଭୁକ୍ତ । ଜାତିଗତ ଜନଗଣନା ବିନା ଦେଶରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସମାନତା ଆସିପାରିବ ନାହିଁ । ଓଡ଼ିଶା ଭଳି ଏକ ରାଜ୍ୟକୁ ଦେଖିଲେ, ଏଠାରେ ୫୨ ଭାଗ ପଛୁଆବର୍ଗ (ଓବିସି) ଦୀର୍ଘ ୩୦ ବର୍ଷ ଧରି ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ôଚତ । ଶିକ୍ଷା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ଓବିସିମାନଙ୍କୁ ପ୍ରଦାନ କରିଥିବା ୨୭ଭାଗ ସଂରକ୍ଷଣ ମଧ୍ୟ ଓଡ଼ିଶାରେ ଲାଗୁ ହେଉନାହିଁ । ଯାହାଫଳରେ ଏହି ବର୍ଗର ପିଲାମାନେ ନିଯୁକ୍ତି ସୁଯୋଗ ହରାଇବା ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷାରୁ ବଞ୍ôଚତ ହେଉଛନ୍ତି ।ପଛୁଆବର୍ଗମାନଙ୍କୁ ସାମ୍ବିଧାନିକ ଅଧିକାର ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଓବିସିମାନଙ୍କୁ ସଂଖ୍ୟାନୁପାତରେ ଆରକ୍ଷର ଦେବା ସହିତ ମଣ୍ଡଳ କମିଶନ ସୁପାରିଶ ଅନୁଯାୟୀ ଓବିସିଙ୍କ ପାଇଁ ଚାକିରି ଓ ନାମଲେଖା କ୍ଷେତ୍ରରେ ୨୭% ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପଛୁଆବର୍ଗମାନଙ୍କ ଉପରେ ରାଜ୍ୟରେ ବିଜେଡ଼ିର ୨୪ ବର୍ଷ ଶାସନ ଓ କେନ୍ଦ୍ରରେ ବିଜେପି ସରକାର ଯେଉଁଭଳି ଭାବରେ ବୈମାତୃକ ମନୋଭାବ ପୋଷଣ କରି ପଛୁଆବର୍ଗଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରକୁ ଉଲଙ୍ଘନ କରି ଓବିସିମାନଙ୍କୁ ଶୋଷଣ କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏବେ ରାଜ୍ୟରେ ବିଜେପି ଶାସନ ଚାଲୁଛି । ତେଣୁ ସରକାର ଜାତି ଜନଗଣନା କରାଇ ରାଜ୍ୟରେ ଥିବା ୫୨% ପଛୁଆବର୍ଗର ଲୋକଙ୍କୁ ୨୭% ସଂରକ୍ଷଣ ଦିଅନ୍ତୁ । ନଚେତ ଆଗାମୀ ଦିନରେ ଏହା ବିରୁଦ୍ଧରେ ସମାଜବାଦୀ ପାର୍ଟି ରାଜ୍ୟବ୍ୟାପୀ ସମାଜବାଦୀ ଜନଜାଗୃତି ଅଭିଯାନ ମାଧ୍ୟମରେ ଗଣ ଆନ୍ଦୋଳନ କରି ପଛୁଆବର୍ଗଙ୍କ ସ୍ୱାଭିମାନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପାର୍ଟି ସଭାପତି ଶିବ ହାତି ସରକାରଙ୍କୁ ଚେତାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ