ଓଡ଼ିଶାରେ ଦିନକରେ ନୂତନ ଭାବେ ୧୫ ସଂକ୍ରମିତ ଚିହ୍ନଟ :ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି
ଭୁବନେଶ୍ୱର : ଶୁକ୍ରବାର ଦିନଟି ରାଜ୍ୟ ବାସୀଙ୍କ ପାଇଁ ଦୁଃଖର ଖବର ସେପଟେ ରାଜ୍ୟର ପ୍ରଥମ ଓ ଦୁତୀୟ କରୋନା ସଂକ୍ରମିତ ବ୍ୟକ୍ତି ମେଡିକାଲ୍ ରୁ ସୁସ୍ତ ହୋଇ ଘରକୁ ଫେରିଥିବାବେଳେ ଅନ୍ୟପଟେ ରାଜ୍ୟରେ ଗୋଟିଏ ଦିନ ଶୁକ୍ରବାର ନୂତନ ଭାବେ ୧୫ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସୂର୍ଯ୍ୟନଗରର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ଜଣ ସଂକ୍ରମିତ ହୋଇ ଥିବା ବେଳେ ୫ମ ଆକ୍ରାନ୍ତଙ୍କ ପତ୍ନୀ, ଝିଅ ଏବଂ ଭଡାରେ ରହୁଥିବା ଜଣେ ବ୍ୟକ୍ତି ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱର ବମିଖାଲ ଅଂଚଳରୁ ୩ଜଣ, କଟକରୁ ୧ଜଣେ, ପୁରୀରୁ ୧ଜଣେ, ଯାଜପୁରରୁ ୧ଜଣେଙ୍କ ସମେତ ଭଦ୍ରକର ୨ଜଣଙ୍କୁ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । ସେହିପରି ଭୁବନେଶ୍ୱରର ଏକ୍ରାମ ସିନେମାହଲ ଠାରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ଛକ ପ୍ରଭୁତି ଅଂଚଳକୁ ସିଲ୍ କରିଦିଅ ଯାଇଛି । ଅନ୍ୟ ପକ୍ଷରେ ୨୭ ତାରିଖରେ ଦିଲ୍ଲୀ ନିଜାମୁଦ୍ଦିନ୍ ରୁ ଫେରିଥିବା ପୁରୀର କୁମ୍ଭାରପଡା ଅଂଚଳର ଜୈନିକ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣରୁ ବଂଚିତ ହେବା ପାଇଁ ସରକାରଙ୍କ ନିୟମ ମାନିବ ସହ ସମେସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ଜରୁରୀ ନଥଏ ଘରୁ ବାହାରନ୍ତୁନି. ସମସ୍ତ ସୂଚନା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଅ ଯାଇଛି .