ଓଡ଼ିଶାରେ ୨୦୦ ରେ ମରୁଛନ୍ତି ଜଣେ
ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ହେଲେଣି ୧୫,୯୩୨ । ୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସରକାର ନିଜେ ସ୍ୱୀକାର କରିଛନ୍ତି । ରାଜ୍ୟରେ ମୃତ୍ୟୁହାର ହେଉଛି ୦.୫୧% । ଅର୍ଥାତ ପାଖାପାଖି ୨୦୦ ଜଣ କରୋନା ପଜିଟିଭରେ ଜଣଙ୍କର ମୃତ୍ୟୁ ହେଉଛି । ଜାତୀୟ ହାରଠୁ ଏହା କମ୍ । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶଠୁ ଏହା ଢେ଼ର କମ । କେବଳ ସଂକ୍ରମଣ ନୁହେଁ, ମୃତ୍ୟୁହାର ନିୟନ୍ତ୍ରଣ କରି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ପାରିଛି । ଓଡ଼ିଶାରେ ମୃତ୍ୟୁହାର ୦.୫୧% ରହୁଥିବା ବେଳେ ପଶ୍ଚିମବଙ୍ଗରେ ୨.୯୦% ରହିଛି । ଗୁଜରାଟରେ ମୃତ୍ୟୁହାର ୪.୭୫%, ମହାରାଷ୍ଟ୍ରରେ ୩.୯୬% ଓ ଆନ୍ଧ୍ରପ୍ରଦେଶରେ ୧.୨୯% ରହିଛି ।