ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସଚେତନ ନାଗରିକ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ କାଞ୍ଚନ ଫାଉଣ୍ଡେସନ ତରଫରୁ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫାଉଣ୍ଡେସନର ସଭାପତି ରଞ୍ଜନ କୁମର ମହାପାତ୍ର ଏବଂ ଉପସଭାପତି ବିଶ୍ୱଜିତ ସାମନ୍ତରାୟ ପଟ୍ଟନାୟକଙ୍କୁ ଭେଟି ଉତ୍ତରୀୟ, ଫୁଲତୋଡ଼ା ଏବଂ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


