ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାପାଳ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନଭେମ୍ବର ୨୩ ତାରିଖ ଦିନ ପୋଲସରା ବ୍ଲକ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପଞ୍ଚମ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷିତ ହେବାପରେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଟ୍ଵିଟି କରି ଅଭିନନ୍ଦନ ଜଣାଇଥିଲେ। ଏହାପରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବିଡ଼ିଓ, ତହସିଲଦାର, ବିଇଓ, ବିଦ୍ୟାଳୟ ଅଧ୍ୟକ୍ଷା ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ବୃନ୍ଦ ନଭେମ୍ବର ୧୬ ତାରିଖ ଦିନ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିଥିଲେ। ପୁଣି ନଭେମ୍ବର ୨୦ ତାରିଖ ଦିନ ବିଡ଼ିଓ, ତହସିଲଦାର, ବିଇଓ, ପ୍ରିନ୍ସପାଲ, ସରପଞ୍ଚ ପ୍ରମୁଖ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରିଥିଲେ। ଆଜି ଅର୍ଥାତ ନଭେମ୍ବର ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଦର୍ଶନରେ ଆସି ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର, ବିଇଓ ତ୍ରିଲୋଚନ ତ୍ରିପାଠୀ, ବିଦ୍ୟାଳୟ ଅଧ୍ୟକ୍ଷା ସ୍ମିତା ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ ଓ ଆଲୋଚନା କରି ଫେରିଛନ୍ତି। ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଶିକ୍ଷାନୁଷ୍ଠାନର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସମସ୍ତଙ୍କ ଶୁଭଦୃଷ୍ଟି ଏହି ଶିକ୍ଷାନୁଷ୍ଠାନ ପ୍ରତି ପଡିଥିବା ଯୋଗୁଁ ଭବିଷ୍ୟତରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ