ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ,ମେଧାବୀ ଛାତ୍ରଛାତ୍ରୀଙ୍କୁ ସିବିଏସଇ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷାଦାନ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂର ପ୍ରସାରୀ ଚିନ୍ତାଧାରା ଓ ସଫଳ ପଦକ୍ଷେପ ସ୍ବରୂପ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ।ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ଠାରେ ଗତ ୨୦୧୬ ସାଲ ସେପ୍ଟେମ୍ବର ୧୯ ତାରିଖରେ ସ୍ଥାପିତ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଲୋକାର୍ପିତ କରିଥିଲେ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଶାସନ ଆମ୍ବଗାଁ ପକ୍ଷରୁ ସୋମବାର ଏହାର ୮ତମ ପ୍ରତିଷ୍ଠା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି।ଓଏଭି ଗଞ୍ଜାମ ଜିଲ୍ଲା ସଂଯୋଜକ ତଥା ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବିଡ଼ିଓ ତଥା ଆଦର୍ଶ ବିଦ୍ୟାଳୟ ଉପାଧ୍ୟକ୍ଷ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ,ସରପଞ୍ଚ ଦନାର୍ଦ୍ଦନ ସେଠୀ,ସରପଞ୍ଚ ବିକାଶ ସେଠୀ, ସମିତି ସଭ୍ୟା ପ୍ରତିନିଧି ମାର୍କଣ୍ଡ ପାଣିଗ୍ରାହୀ, ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ ଓ ପୂର୍ବତନ ସରପଞ୍ଚ ଭାଣ୍ଡି ରବୀନ୍ଦ୍ର ପ୍ରମୁଖ ମଞ୍ଚସିନ ଥିଲେ।ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ।ଆଜିର ପ୍ରତିଯୋଗିତା ପୂର୍ଣ୍ଣ ଦୁନିଆରେ ଶିକ୍ଷାର୍ଥୀ ମାନେ ଜଣେ ଜଣେ କୃତୀ ପ୍ରତିଯୋଗୀ ଭାବେ ସଫଳତା ହାସଲ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ଜେନା ପରାମର୍ଶ ଦେଇଥିଲେ।ଶିକ୍ଷାଦାନକୁ ଏକ ବୋଝ ବୋଲି ନ ମଣି ଶିକ୍ଷାର୍ଥୀଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ ହିଁ ଝିଅ ମାନଙ୍କ ସ୍ୱପ୍ନକୁ ସାକାର କରିବାରେ ମାର୍ଗଦର୍ଶନ ଓ ଫଳପ୍ରଦ ହୋଇ ପାରିବ ବୋଲି ନିଜ ଅଭିଭାଷଣରେ ଅତିଥିମାନେ ପରିପ୍ରକାଶ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିବା ତଥା ଚଳିତ ବର୍ଷ ଜେଇଇ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସୁମନ କୁମାରୀ ମହାରଣାଙ୍କୁ ଅତିଥିମାନେ ସିଲ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଚଳିତ ବର୍ଷର ୧୦ମ ଓ ୧୨ଶ ପରୀକ୍ଷାରେ ବିଦ୍ୟାଳୟର ୭ ଜଣ ଟପ୍ପର ଙ୍କ ସମେତ ୨୧ଟି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ,ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ସିଲ ଓ ମାନପତ୍ର ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ଅଧ୍ୟାପକ ଅମୀୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ