କୋଦଳା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ରେ ଅଲ୍ଲଟ୍ରାସାଉଣ୍ଡ ମେସିନ ଉଦ୍ଘାଟନ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନେସି ର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ଦୀର୍ଘଦିନ ର ବ୍ୟବଧାନ ପରେ ଆଜି ଅଲ୍ଲଟ୍ରାସାଉଣ୍ଡ ମେସିନ ଉଦ୍ଘାଟନ କରିଛନ୍ତି ଆସିକା ସାଂସଦ ପ୍ରମିଳା ବିଶୋଇ ଏବଂ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ଏହି କାର୍ଯ୍ୟ ପାଇଁ ଆଜି କୋଦଳା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଯେହେତୁ ଏହି ଅଲ୍ଲଟ୍ରାସାଉଣ୍ଡ ମେସିନ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହୋଇ ବ୍ରହ୍ମପୁର ରେ ଲମ୍ବା ଲାଇନ ଲଗାଇ ଦିନ ଦିନ ବିତାଇବାକୁ ପଡୁଥିଲା। ଆଜି ସେହିସବୁ ସମସ୍ୟା ରୁ ମୁକ୍ତି ମିଳିଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ସାଂସଦ, ବିଧାୟିକା , ବିଜେଡି ଯୁବ ପ୍ରେସିଡେଣ୍ଟ ସୁଦାମ ମାହାନ୍ତି , ରୋଗୀକଲ୍ୟାଣସମିତି ର ସଭ୍ୟ ବିଜୟ କୁମାର ମହାପାତ୍ର , ଅଶୋକ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ପଣ୍ଡା, ରୁପରଞ୍ଜନ ସାହୁ , ଇନଚାର୍ଜ ଡକ୍ଟର ଆଦିତ୍ୟ ପ୍ରସାଦ ସାହୁ , କୋଦଳା ଏନେସି ର ବିଜେଡି କାଉଁସିଲର ଜିତେନ୍ଦ୍ର ପ୍ରଧାନ , ସିମାଞ୍ଚଳ ଖଟେଇ , ମନୋରଞ୍ଜନ ଡାକୁଆ, ଭଗବାନ ପାଢି , ପ୍ରଫୁଲ୍ଲ କୁମାର ସାହୁ ସମେତ ବହୁ କର୍ମୀ ଯୋଗଦେଇଥିଲେ ।


