ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ : ଉଦଘାଟନ କଲେ ଦୁଇ ମନ୍ତ୍ରୀ 

ନିମାପଡ଼ା ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଉଦଘାଟନ କରିଥିବା ବେଳେ ଅସ୍ତରଙ୍ଗ ଠାରେ ଆଦର୍ଶ ବିଦ୍ୟାଳୟ କୁ ଗୃହରାଷ୍ଟ୍ର, ଯୁବ ବ୍ୟାପାର, କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଉଦଘାଟନ କରିଛନ୍ତି। । ଚଳିତ ୨୦୨୨/୨୩ ଶିକ୍ଷାବର୍ଷ ରୁ ଆରମ୍ଭ ହୋଇଥିବା ଏହି ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ପରୀକ୍ଷା ଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଚୟନ କରାଯାଇଛି । ଆଜି ଠାରୁ ଷଷ୍ଠ ଶ୍ରେଣୀ ଠାରୁ ପଠା ପଢା ଆରମ୍ଭ କରାଯାଇଛି । ଏଥିପାଇଁ ୮୦ ଆସନ ବିଶିଷ୍ଟ ଆଦର୍ଶ ବିଦ୍ୟାଳୟ ନିମାପଡ଼ା ର ୭୯ଜଣ ମେଧାବୀ ଛାତ୍ରଛାତ୍ରୀ ଓ ଅସ୍ତରଙ୍ଗ ରେ ୭୫ଜଣ ଛାତ୍ର ଛାତ୍ରୀ ପଢ଼ିବା ପାଇଁ ପ୍ରବେଶ ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ ନାମ ଲେଖାଇଛନ୍ତି । ନିମାପଡ଼ା ବ୍ଲକ ର ଆଦର୍ଶ ବିଦ୍ୟାଳୟ ର ନିଜସ୍ଵ କୋଠା ହଂସପଡା ଠାରେ ହୋଇଛି । ଅସ୍ତରଙ୍ଗ ବ୍ଲକର ଆଦର୍ଶ ବିଦ୍ୟାଳୟ ସୁନ୍ଦରସ୍ଥିତ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ଠାରେ ଅସ୍ଥାୟୀ ଭାବେଆରମ୍ଭ ହୋଇଛି । ନିମାପଡା ଠାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ସହିତ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ଙ୍କ ସମେତ ବ୍ଲକଶିକ୍ଷା ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଅସ୍ତରଙ୍ଗ ଠାରେଆୟୋଜିତ ଉଦଘାଟନୀ ଉତ୍ସବ ରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ସହିତ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଓ ବ୍ଲକ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ