ଓଡ଼ିଶା ଦୃଷ୍ଟିବାଧିତ ଫୁଟବଲ ଫେଡ଼େରେସନ ଦ୍ୱାରା ଆୟୋଜିତ ଦୃଷ୍ଟିବାଧିତ ଫୁଟବଲ ତାଲିମ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୃଷ୍ଟିବାଧିତ ପୁରୁଷ ଓ ମହିଳା ଫୁଟବଲ ଖେଳାଳିମାନଙ୍କ ପାଇଁ ‘ଓଡ଼ିଶା ଦୃଷ୍ଟିବାଧିତ ଫୁଟବଲ ଫେଡ଼େରେସନ’ ଦ୍ୱାରା ରାଜ୍ୟସ୍ତରୀୟ ତାଲିମ ଶିବିର ତା ୧୧.୦୫.୨୦୨୩ରିଖ ଠାରୁ ତା ୧୫.୦୫.୨୦୨୩ରିଖ ପର୍ଯ୍ୟନ୍ତ ସତ୍ୟସାଇ ମହିଳା ବିଦ୍ୟାଳୟ ଖେଳ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଇବିଏଫ୍‌ଏଫ ଦ୍ୱାରା ଆୟୋଜିତ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଖେଳାଳିମାନଙ୍କୁ ଉପଯୁକ୍ତ ଭାବେ ତାଲିମ ପ୍ରଦାନ କରିବା । ଉକ୍ତ ତାଲିମ ଶିବିର ଓବିଏଫଏଫର ସମ୍ପାଦକ ଅଜୟ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷକ ତ୍ରିଲୋଚନ ବେଉରା ଓ ବରିଷ୍ଠ ପ୍ରଶିକ୍ଷକ ଯଶୋବନ୍ତ ପରମଗୁରୁ ତାଲିମ ଶିବିର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହାୟତା ପ୍ରଦାନ କରିଥିଲେ ଏନ୍‌ଏବି ଓଡ଼ିଶା, ଏନ୍‌ସିଏସ୍‌ସିଡିଏ, ଆଇ.ଆଇ.ଇ.ସି, ସାଇ ଫାଉଣ୍ଡେସନ ଏବଂ ସତ୍ୟସାଇ ସତ୍ୟସାଇ ମହିଳା କଲେଜ ।ପୁରୁଷ ଓ ମହିଳା ଖେଳାଳିମାନେ ୧୫.୦୫.୨୦୨୩ରିଖ ରାତିରେ ଉତ୍କଳ ଏକ୍ସପ୍ରେସ୍ ଯୋଗେ ଜାମସେଦପୁର ଅଭିମୁଖେ ଯାତ୍ରା କରିଛନ୍ତି । ୭ମ ପୁରୁଷ ଓ ୩ୟ ମହିଳା ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଇ ମାସ ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦେଶର ୧୧ଟି ରାଜ୍ୟର ପୁରୁଷ ଓ ମହିଳା ଖେଳାଳି ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରୁ ଆନ୍ତର୍ଜାତୀୟ ଖେଳାଳି ମାନଙ୍କର ଚୟନ କରାଯିବା ସହ ଆଗରୁ ମନୋନୀତ ଆନ୍ତର୍ଜାତିକ ଖେଳାଳିମାନଙ୍କୁ ଅଧିକ ସୁଯୋଗ ମିଳିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆନ୍ତର୍ଜାତିକ ଖେଳ ପାଇଁ ମନୋନୀତ ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାରୁ ତିନିଜଣ ଝିଅ ପଦ୍ମିନୀ ଟୁଡୁ, ସ୍ମୃତିରେଖା ପ୍ରଧାନ ଏବଂ ଶୁଭସ୍ମିତାରାଣି ରାଉତ (ଗୋଲ କିପର) ଭାବେ ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ