ଓଡ଼ିଶା ଭେଷଜ ପ୍ରୟୋଗଶାଳା ଶାଖା ପକ୍ଷରୁ ଜୋନାଲ୍ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ.ସି.ଏଚ ସମ୍ମିଳନୀ କକ୍ଷରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘର ଜୋନସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲେଶ୍ଵର ସମେତ ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ସଂଘର ପ୍ରତିନିଧିମାନଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏଥିରେ ସଂଘର ବିଭିନ୍ନ ଦାବି ସରକାରଙ୍କଠାରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ଲାବୋରଟୋରି ଟେକ୍ନସିଆନ ସଂଘର ସମ୍ପାଦକ ଲେଲିନ କୁମାର ପଣ୍ଡା ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ଓଏମଏଲଟିଏ ରାଜ୍ୟ ଉପଦେଷ୍ଟା ଅକ୍ଷୟ କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସ୍ବାଇଁ, ଉପଦେଷ୍ଟା ଗଙ୍ଗାଧର ସାମନ୍ତରାୟ, ସଦସ୍ୟ ଚୈତନ୍ୟ କୁମାର ରାଉଳ, ଅନନ୍ତ ଭଦ୍ରା, କୋଷାଧ୍ୟକ୍ଷ ଲଲିତ କୁମାର ବେହେରା, ଡି ଏଚ୍ ଏଚ୍ ଫାର୍ମାସିଷ୍ଟ ଆସୋସିଏସନ୍ ର ସଭାପତି ଯୋଗେଶ କୁମାର ମହାପାତ୍ର, ସମ୍ପାଦକ ମହିମ କୁମାର ପାଲ୍, ନର୍ସିଂ ଅଫିସର୍ ଆସୋସିଏସନ୍ ସଭାପତି ସସ୍ମିତା ରାୟ, ସମ୍ପାଦିକା ମୀନାକ୍ଷୀ ରାଉତ, ରେଡିଓଗ୍ରାଫରସ୍ ଆସୋସିଏସନ୍ ସଭାପତି ରାଜେଶ କୁମାର ମହାପାତ୍ର, ଓଏମଏଲଟିଏ ବାଲେଶ୍ବର ଶାଖାର ପୂର୍ବତନ ସାଧାରଣ ସଂପାଦକ କରୁଣାକର ମହାଲା, ଇସି ସଦସ୍ୟ ବିଷ୍ଣୁ ଚରଣ ମହାନ୍ତି, ଧନଞ୍ଜୟ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଭାପତି ଭାଗିରଥି ମାଝୀ, ଦେବାଶିଷ ଦତ୍ତ, ସନ୍ତୋଷ ବାରିକ, ମିହିର ନନ୍ଦ, ମାନସ ମହାନ୍ତି, ଗୀତାଞ୍ଜଳି ସ୍ବାଇଁ, ରାଜୀବ ଗାନ୍ଧୀ, ଶିବାଜୀ, ସତ୍ୟବ୍ରତ ଓ ସତ୍ୟପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ