ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ୨୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବାଲେଶ୍ଵର ଶାଖା ପକ୍ଷରୁ ୨୧ଦଫା ଦାବି ନେଇ ଏକ ଶୋଭାଯାତ୍ରା ଷ୍ଟେସନ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରେ ଶିକ୍ଷକ ନେତା ବାଦଲ ପାତ୍ର ସଭାପତିତ୍ବ କରିଥିଲେ।ଦାବି ଗୁଡ଼ିକ ମଧ୍ୟରୁ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟ କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ,୨୨୬ ଓ ୩୯୯ ବିଦ୍ୟାଳୟ ଗୁଡ଼ିକୁ ୭ମ ବେତନ କମିଶନ ହରରେ ଦରମା ପ୍ରଦାନ,ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ,୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କର ୬ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଯୋଗ କରିବା ସହ ୬ ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ,ବିଦ୍ୟାଳୟରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କରିବା,ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି କରିବା, ଆର ଏ ସି ପି(RACP) ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ନିର୍ଦ୍ଦେଶନାମା ପାଳନ କରିବା,୨୮୦୦,୨୨୦୦,୧୯୦୦ ଗ୍ରେଡ ପେ ରେ ଥିବା ଅସଙ୍ଗତି ଦୂର କରିବା,୪୮ ବର୍ଷରେ ପଦାର୍ପଣ କରିସାରିଥିବା ସମସ୍ତ ହିନ୍ଦୀ। ଓ ସଂସ୍କୃତ ଶିକ୍ଷକ ମାନଙ୍କୁ ଟି. ଜି ସ୍କେଲ ପ୍ରଦାନ କରିବା, ବି.ଏ.ବି.ପି.ଏଡ/ବି. ଏ .ସି.ପି. ଏଡ ଯୋଗ୍ୟତାଧାରୀ ଶିକ୍ଷକ ମାନଙ୍କୁ ଟି.ଜି ସ୍କେଲ୍ ପ୍ରଦାନ କରିବା,ଅନୁଦାନ ପାଉଥିବା ୨ୟ ଓ ୩ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୭,୩୮,୪୬,୬୩ ବିଦ୍ୟାଳୟ ଗୁଡ଼ିକର ଆଣ୍ଟିଡେସନ କରିବା, ଏମ. ଏ ପାସ କରିଥିବା ହିନ୍ଦୀ,ସଂସ୍କୃତ ଶିକ୍ଷକ ଓ ଆକାଉଣ୍ଟା୍ଟ ପାସ କରିଥିବା ଅଫିସ ସହାୟକ ମାନଙ୍କୁ ଉଚ୍ଚତର ଦରମା ପ୍ରଦାନ ଏବଂ ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ଆଦି ୨୧ଦଫା ଦାବି ପୂରଣ ନେଇ ଓଷ୍ଟା ଡାକରାରେଏହି ଆନ୍ଦୋଳନ ସାରା ଓଡ଼ିଶାରେ କରାଯାଉଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଜିଲ୍ଲା ସଭାପତି ମନୋରଂଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର,ରାଜ୍ୟ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର,ପୂର୍ବତନ ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର ,ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପରେ ଏକ ପ୍ରତନିଧି ଦଳ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ