‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ବିଜେଡି ପକ୍ଷରୁ ରବିବାର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନବୀନ ନିବାସରେ ‘ମୋ ପରିବାର’ ବୈଠକ ପରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ୩ଟି ବିଭାଗ ଉପରେ ‘ମୋ ପରିବାର’ କାର୍ଯ୍ୟ କରିବ ବୋଲି ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତଦନୁଯାୟୀ ପରିବେଶ ସୁରକ୍ଷା ଦାୟିତ୍ୱ ସାଂସଦ ପିନାକୀ ମିଶ୍ର ବୁଝିବାକୁ ଥିବାବେଳେ ପ୍ରବାସୀ ଓଡ଼ିଆ ଦାୟିତ୍ୱ ସାଂସଦ ଚନ୍ଦ୍ରଶେଖର ସାହୁ ବୁଝିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ବୁଝିବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେବେ ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ।


