ନାସା ବୈଜ୍ଞାନିକଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା

ଯାଜପୁର:ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଶେଷଦେବ ବାସନ୍ତୀ ସରକାରୀ ବିଦ୍ୟାଳୟ ପରିସରରେ ନାସାରେ କାର୍ଯ୍ୟରତ ବୈଜ୍ଞାନିକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ସୁରେନ୍ଦ୍ର ନାଥ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ରାୟ ନିଜ ଗାଁ ଆଦମପୁରକୁ ଛୁଟିରେ ଆସିଥିବା ବେଳେ ନିଜ ସ୍କୁଲକୁ ବୁଲିବାକୁ ଆସିଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ରେ ମୋ ସ୍କୁଲର ଅଧ୍ୟକ୍ଷ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାୟ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ଛାତ୍ର ସନ୍ତୋଷ ଦାସ ସ୍ୱାଗତ ଭାଷଣ ଦେଇ ଶ୍ରୀଯୁକ୍ତ ରାୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରେରଣାର ଉତ୍ସ ବୋଲି ମତ ଦେଇଥିଲେ । ସମ୍ବର୍ଦ୍ଧନାର ଉତରରେ ଡଃ ରାୟ କହିଥିଲେ ସେ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ସାଧନା ଓ ଦୂରଦୃଷ୍ଟି ବଳରେ ସପଂଳତାର ସହ ଏହି ସୋପାନରେ ପହଂଚିପାରିଛନ୍ତି । ଏଥିପାଇଁ ଦୃଢ଼ ଆତ୍ମବିଶ୍ୱାସ ର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ପ୍ରାଣକୃଷ୍ଣ ପରିଜା ଶିଶୁ ବିଜ୍ଞାନଗାରର ବିକାଶ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ ସାହୁ,ମୋ ସ୍କୁଲ ସଭ୍ୟ ଗଣେଷ ସାହୁ,ନରେନ୍ଦ୍ର ସାହୁ,ଅନନ୍ତ ସାହୁ,ଶିକ୍ଷକ ଧିରେଶ ଦାସ,ଗଦାଧର ବିଶ୍ୱାଳ,ମଂଜୁଲତା ବିହାରୀ,ମୁରସିଦ ଅଲ୍ଲି,ରତିକାକନ୍ତ ରାୟ,ଅବିନାଶ ତରାଇ ଏବଂ ସୁରେନ୍ଦ୍ର ବେହେରା ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ