ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ କୋରାପୁଟ ଶାଖା ପକ୍ଷରୁ ଜରୁରୀକାଳୀନ ବୈଠକ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ। କର୍ମଚାରି ମାନଙ୍କ ମୁଖ୍ୟ ଦାବି ଗୁଡ଼ିକ ଯଥା ସମସ୍ତ କର୍ମଚାରୀ ଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବା, ପୁରୁଣା ପେନସନ ପ୍ରଦାନ କରିବା ନିମନ୍ତେ ସରକାର ଙ୍କୁ ଅନୁରୋଧ କରିବା । ବୈଠକରେ ଶ୍ରୀ ମହେଶ୍ୱର ମିଶ୍ର ସମ୍ପାଦକ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ଉପଦେଷ୍ଟା ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଶ୍ରୀ ଜଗନ୍ନାଥ ମାଝୀ ଉପସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ ଲକ୍ଷ୍ମୀ କାନ୍ତ ଦାଶ୍ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସମସ୍ତ ଉପସ୍ଥିତ କର୍ମଚାରୀ ଓ ସଦସ୍ୟ କର୍ମଚାରି ମାନଙ୍କ ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦିର୍ଘ ଦିନ ଧରି ସରକାର କର୍ମଚାରି ମାନଙ୍କ ନ୍ୟାର୍ଯ୍ୟ ଦାବି ପୁରଣ କରିବା ନେଇ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ସମସ୍ତେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ଓ ରାଜ୍ୟ ସଂଘ ପୁଣିଥରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ଶ୍ରୀ ସୁଜିତ କୁମାର ନାୟକ, ଶ୍ରୀ ତ୍ରିନାଥ ପାଣିଗ୍ରାହୀ, ସୁର୍ଯ୍ୟ ମହାରଣା, ଅଜୟ କୁମାର ପ୍ରଧାନ, ଶ୍ରୀ କୁମୁଦ କୁମାର ମିଶ୍ର, ଶ୍ରୀ ଶୁଶିଲ ପ୍ରେମ ନାଗ, ପ୍ରକାଶ ରାଓ, ଶ୍ରୀ ବିନାୟକ ପଣ୍ଡା, ଶ୍ରୀ ଶ୍ରିଧର ମହାପାତ୍ର, ଶ୍ରୀ ପ୍ରଶାନ୍ତ ରାଉଳ, ଜଗଦିଶ ମିଶ୍ର, ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ ପରିଶେଷରେ ଶ୍ରୀ ଦାଶ୍ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।