ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟମାନ୍ୟତା ପାଇଁ ବୈଠକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର‌୍ୟ୍ୟାଦା ପ୍ରଦାନ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳ ଆଜି ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି, ପ୍ରତିନିଧି ମଣ୍ଡଳୀରେ ଡ଼. କୀର୍ତ୍ତନ ନାରାୟଣ ପାଢ଼ୀ, ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ପବିତ୍ର ମହାରଥା, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ଏବଂ ସଙ୍ଗୀତ ବିଶାରଦ ସଙ୍ଗୀତା ପଣ୍ଡା ଅଂଶଗ୍ରହଣ କରିଥିଲେ, ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୋର କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଡ଼. ଦାମୋଦର ହୋତାଙ୍କୁ ସାମିଲ କରିବା ସହ ଏକ ସମନ୍ୱୟ କମିଟି ଗଠନ କରିବା ପ୍ରସ୍ତାବ ଦିଆଗଲା, ଏହି ସମନ୍ୱୟ କମିଟି ରାଜ୍ୟସରକାର, କେନ୍ଦ୍ର ସରକାର ଓ ସ୍ୱନାମଧନ୍ୟ ସଙ୍ଗୀତ ବିଶାରଦମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏକ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର‌୍ୟ୍ୟାଦା ଆହରଣ ପାଇଁ କାର‌୍ୟ୍ୟ କରିବାକୁ ପ୍ରସ୍ତାବ ଦିଆଗଲା, ଏଥିରେ ଗଣମାଧ୍ୟମ, ସରକାରୀ ସଙ୍ଗୀତ ସମ୍ବନ୍ଧିତ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ମାନଙ୍କୁ ସାମିଲ କରାଯିବାପାଇଁ ପ୍ରସ୍ତାବ ଦିଆଗଲା, ଡ଼ଃ କୀର୍ତ୍ତନ ନାରାୟଣ ପାଢ଼ୀ ଏବଂ ଗୁରୁ ଗୋପାଳ ପଣ୍ଡାଙ୍କ ଲିଖିତ ଓ ପ୍ରକାଶିତ ସମସ୍ତ ନଥିପତ୍ରକୁ ସଙ୍କଳନ କରି ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଓଡ଼ିଶୀ ସଙ୍ଗୀତର ଇତିହାସ, ବ୍ୟାକରଣ, ଶାସ୍ତ୍ରୀୟତା, ଗାୟନ ଶୈଳୀ, ରାଗ,ତାଳ ଓ ବାଦ୍ୟ ଇତ୍ୟାଦି ସମ୍ପର୍କରେ ତଥ୍ୟନିଷ୍ଠ ସଙ୍କଳନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଗଲା, ରାଜ୍ୟର ଓଡ଼ିଶୀ ସଙ୍ଗୀତ ପ୍ରେମୀ ଜନସାଧାରଣ, ଅନୁଷ୍ଠାନ, ଗଣମାଧ୍ୟମ ତଥା ଲେଖକ ଲେଖିକା ମାନେ ଓଡ଼ିଶୀ ସଙ୍ଗୀତ ଉପରେ ନିଜସ୍ୱ ରଚନା ସର୍ବଭାରତୀୟ ସ୍ତରରେ ପ୍ରକାଶ କରି ଓଡିଶୀ ସଙ୍ଗୀତର ମର‌୍ୟ୍ୟାଦା ବୃଦ୍ଧି କରିବା ପାଇଁ ଅନୁରୋଧ କରାଗଲା। ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ ପ୍ରତି ପ୍ରତିନିଧି ମଣ୍ଡଳୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ