ଓଡିଆରପି କଲୋନୀର ସ୍ଥାୟୀ ପ୍ରତିକାର ଦାବୀ ନେଇ ବିଡିଓଙ୍କୁ ଭେଟିଲେ ମତ୍ସ୍ୟଜିବୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ବିଶ୍ୱବ୍ୟାଙ୍କ ସହାୟତାରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ରରୁ ୫କିଲୋମିଟର ପରିସରରେ ରହିଥିବା ଲୋକଙ୍କ ମାନଙ୍କୁ ବାତ୍ୟା ନିରୋଧକ ଗୃହ ପ୍ରଦାନ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତ ମତ୍ସ୍ୟଜିବୀ ମାନଙ୍କୁ ବାତ୍ୟା ନିରୋଧକ ଗୃହ ପ୍ରଦାନ କରାଯାଇଛି । ସେଠାରେ କିପରୀ ରହିବେ ସେଥିପ୍ରତି ଜିଲ୍ଲାପ୍ରଶାସନ ବିଭିନ୍ନ ଦୃଷ୍ଟି ଆନୁସଙ୍ଗିକ କାର୍ଯ୍ୟ କରିଛନ୍ତି । ମାତ୍ର ଗତ ଲଗାଣ ବର୍ଷା ଯୋଗୁଁ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ଼ଆରପି କଲୋନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଲଗାଣ ବର୍ଷାରେ ଓଡ଼ିଆରପି କଲୋନୀର ତୃତୀୟ ଲାଇନରେ ବର୍ଷା ଜଳ ନିଷ୍କାସନ ନହୋଇ ଘରେ ପାଣି ପଶି ମତ୍ସ୍ୟଜୀବୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥଲେ । ଏହା ସହ ରାସ୍ତାରେ ସାଇକେଲରୁ ଆରମ୍ଭ କରି ବିଭିନ୍ନ ଯାନବାହାନ ଯାତାୟତ କରିବା ସମ୍ଭବ ହୋଇ ପାରୁନଥିଲା । ବର୍ତମାନ ସ୍ୱାଭାବିକ ପରିସ୍ଥିତ ଆସିଲା ପରେ ଆଜି କଲୋନୀ ବାସିନ୍ଦା ମାନେ ଶ୍ରମିକ ନେତା ଜି.ଏରେୟାଙ୍କ ନେତୃତ୍ୱ ରେ କୋଲନୀରୁ ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର ନେଇ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ପ୍ରଶାସନ ଆମକୁ ସେଠାରେ ରହିବା ନିମନ୍ତେ ବାସଗୃହ ପ୍ରଦାନ କରିଛନ୍ତି କିନ୍ତୁ ଏହାର ପାରିପାଶ୍ୱିକ ବିକାଶର କରିନାହାଁନ୍ତି । ତେଣୁ ସାମାନ୍ୟ ବର୍ଷା ହେଲେ ଆମ କଲୋନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଦାବୀ କରିଛନ୍ତି । ନଚତେ୍ ଆଗାମୀଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।