ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବଙ୍କ ଦିନିକିଆ ଗଞ୍ଜାମ ଗସ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢୀ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ସଂସ୍କୃତି ବିଭାଗର ବିଭିନ୍ନ ଉନ୍ନତି ସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନର ଉନ୍ନତି, ସଂଗ୍ରହାଳୟ ନିର୍ମାଣ କରିବା, ବିଜୁ ପଟ୍ଟନାୟକ ପାଠାଗାରର ବିକାଶ, ଜିଲ୍ଲାର ସମସ୍ତ ପାଠାଗାର ଗୁଡିକର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା, ସ୍ୱାଧିନତା ସଂଗ୍ରାମୀ ଭବନର ଉନ୍ନତି କରଣ ସହିତ ଜିଲ୍ଲାରେ କଳା ଓ ସଂସ୍କୃତିର କିପରି ଉନ୍ନତି ହୋଇପାରିବ ସେଥି ନିମନ୍ତେ ପ୍ରମୁଖ ସଚିବ ଶ୍ରୀ ପାଢୀ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡା, ଅବସରପ୍ରାପ୍ତ ସଂସ୍କୃତି ବିଭାଗର ସହକାରୀ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।