ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଆଲୋଚନା ଚକ୍ର

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) ବେଲଗ୍ରୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅଧକ୍ଷ ଅଜିତ୍ କୁମାର ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ମୁଖ୍ୟ ଡକ୍ଟର ଗୁରୁମୁର୍ତ୍ତି ନାୟକ ଅଧାପକ ସପନ କୁମାର ପ୍ରଧାନଙ୍କ ଆବହାକତ୍ୱରେ ଅଶୋକ କୁମାର ସ୍ୱାଇଁ ସନ୍ତୋଷ ପାଣିଗ୍ରାହି,ଅଜୟ ବିଶ୍ୱାଳ,ପିଙ୍କି ପାତ୍ର,ରଜିତ ସାମଲ ମଂଚାସୀନ ଥିଲେ ।ମଧଯୁଗୀୟ କାବ୍ୟ କବିତାରେ ରସ ସଂଚାର ବିଷୟରେ ଆଲୋଚନା କରିଥିଲେ ।ପ୍ରଥମ ବର୍ଷର ସୁଲୋଚନା ସ୍ୱାଇଁ ମଧଯୁଗୀୟ କାବ୍ୟରେ ରସ ଚେତନା ସନ୍ଦର୍ଭ ପାଠ କରିଥିଲେ ।ପ୍ରଥମ ବର୍ଷ ଛାତ୍ରୀ ସଶ୍ମିତା ଓ ରୂପା ପ୍ରାରମ୍ବିକ ସଂଗୀତ ଗାନ କରିଥିଲେ । ଏଥିରେ ସୁରଜନ ଜଗଦିଶ, ଭବାନୀ ଶୁଭଶ୍ରୀ , ଶିବାନୀ, ସଂଗୀତା,ପ୍ରମୁଖ ସହଯୋଗ ଓ ପରିଚାଳନା କରିଥିଲେ । ଡକ୍ଟର ଗୁରୁମୁର୍ତ୍ତି ନାୟକ ଓ ଅଧାପକ ସପନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ