ସେଣ୍ଟିନେରୀ ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗ୍ରାମ ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ସେଣ୍ଟିନେରୀ ସମାରୋହକୁ ଅବିସ୍ମରଣୀୟ ରହିବା ଭଳି ପାଳନ କରାଯିବା ସ୍ଥିର ହୋଇଛି । ଏଥି ନେଇ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାରୋହ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାତ୍ର, ଉପଦେଷ୍ଟା ତଥା ପୁର୍ବତନ ବିଧାୟକ ବିଜୟ କୁମାର ଜେନା, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, ସଙ୍ଗଠନିକ ସମ୍ପାଦକ ରଜନୀ କୁମାର ରାଉତ, କାର୍ଯୟକାରୀ ସଭାପତି ପି. ତାରକା ରାଓ, ପ୍ରଧାନ ଶିକ୍ଷକ ଇ. ଧନଞ୍ଜୟମ୍, କୋଷାଧ୍ୟକ୍ଷ ବସୁଦେବ ଦଳାଇଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ କମିଟିର କର୍ମକର୍ତ୍ତାଗଣ ଓ ପୁରାତନ ଛାତ୍ରସଂସଦର ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ସମ୍ମାଳନୀରେ ଆଗାମୀ ୨୭ ଓ ୨୮ ତାରିଖରେ ଆୟୋଜିତ ହେବାକୁ ଥିବା ସମାରୋହ ଉତ୍ସବ ବିଷୟରେ ସଭାପତି ଓ ପୁର୍ବତନ ବିଧାୟକ ବିଜୟ ଜେନା ବିଭିନ୍ନ କାର୍ଯ୍ୟକ୍ରମର ଆଲୋକପାତ କରିଥିଲେ । ଏହି ଉଦ୍ଦ୍ୟେଶରେ ବିଦ୍ୟାଳୟର ଭିତ୍ତିଭୂମି ଦୃଢୀକରଣ, ନୁତନ ବଗିଚାର ଆୟୋଜନ, ଶ୍ରେଣୀକୋଠରୀ, ବିଦ୍ୟାଳୟ ହତା, ବିଦ୍ୟାଳୟ ପରିବେଶର ନବୀକରଣ, ନୁତନ ରଙ୍ଗରେ ରଙ୍ଗ କାର୍ଯ୍ୟ କରାଯାଇଛି । ଶତବାର୍ଷିକୀ ସମାରୋହ ପରିପ୍ରେକ୍ଷୀରେ ବିଦ୍ୟାଳୟର ନୁତନ ନିର୍ମିତ ମୁଖ୍ୟଦ୍ୱାର, ସଦ୍ୟସ୍ଥାପିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପୁର୍ଣ୍ଣ ଅବୟବ ପ୍ରତିମୁର୍ତ୍ତୀର ଉଦ୍ଘାଟନ, ସ୍ୱାଧୀନତା ସଂଗ୍ରାମୀ ସହିଦ ମାନଙ୍କ ସ୍ମୃତିସ୍ତମ୍ଭ ଉଦ୍ଘାଟନ ପାଇଁ ଆୟୋଜନ କରାଯାଇଛି । ବିଶେଷକରି ଦେଶବିଦେଶର ବିଭିନ୍ନ ସ୍ଥାନରେ ରହି ନିଜସ୍ୱ ଦକ୍ଷତା ପ୍ରକାଶକରି ସୁପ୍ରତିଷ୍ଠିତ ହୋଇଥିବା ପୁରୁଣା ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନର ସୁଯୋଗ ସୃଷ୍ଟି ସଙ୍ଗେସଙ୍ଗେ ବିଦ୍ୟାଳୟରେ କାର୍ଯ୍ୟକରି ଅବସର ନେଇଥିବା ଗୁରୁମାନଙ୍କୁ ସମ୍ବର୍ଦ୍ଧନା, ରାଜ୍ୟସ୍ତରୀୟ ବିଭିନ୍ନ ନେତା, ମନ୍ତ୍ରୀ ଓ ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ବିଧାୟକ, ସାଂସଦ, କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ଆତିଥ୍ୟ, ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଯୋଗଦାନ ମୁଖ୍ୟ ଆକର୍ଷଣ ହେବ । ରଜନୀ ରାଉତଙ୍କ ଉଦ୍ବୋଧନ ମାଧ୍ୟମରେ ଦେଶବିଦେଶରେ ଥିବା ପୁରୁଣା ଛାତ୍ରଛାତ୍ରୀ ଉକ୍ତ ଆୟୋଜନରେ ଯୋଗଦାନ ପାଇଁ ଆହ୍ୱାନଥିଲା । ସଭାପତି ବିଜୟ ଜେନା ପ୍ରଶାସନିକ ଅବହେଳା ସହେଯାଗର ଅଭାବକୁ ଦୃଢଭାବେ ନିନ୍ଦାକରିଥିଲେ । ବିଶେଷକରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଓ ଗୋଷାଣୀ ବ୍ଲକ ଆବାହମାନ କାଳରୁ ଶିକ୍ଷା, କୃଷି, ଯାତାୟାତ, ଜଳସେଚନ ବିଷୟରେ ପ୍ରଶାସନିକ ଅବହେଳାକୁ ନିନ୍ଦା କରିଥିଲେ । ପ୍ରସ୍ତାବିତ ଶତବାର୍ଷିକୀ ପାଳନରେ ପାଖାପାଖି ୩୦ ଖଣ୍ଡ ଗାଁର ସର୍ବସାଧାରଣ, ଅଭିଭାବକଙ୍କ ଯୋଗଦାନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସ୍ଥିର ହୋଇଛି ।


