ଓଡିଆ ସେଫ୍ ସାହାଜାନଙ୍କୁ ରୋପ୍ୟ ପଦକ

ନୂଆଦଲ୍ଲୀୁ ( ଯୁଗାବ୍ଦ ନ୍ୟୁଜ) : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ୧୪ ତମ ଭାରତୀୟ କୁଲିନାରୀ ଆର୍ଟ ୨୦୧୯ ଭାରତୀୟ ଆଞ୍ଚଳିକ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି ବିଭାଗ ରେ ଦ୍ୱିତୀୟସ୍ଥାନ ଅଧିକାର କରି ରୈାପ୍ୟ ପଦକ ହାସଲ କରିପାରିବାରେ କୋଣର୍କ ତଥା ଓଡିଶାର ସେଫ୍ (ରୋଷେୟା ) ସାହାଜାନ ଗୈାରବାନ୍ୱିତ କରିଅଛନ୍ତି । ସୂଚନା ଯୋଗ୍ୟ ଯେ ଭାରତୀୟ କୁଲନାରୀ ଆର୍ଟ ଚ୍ୟାଲେଞ୍ଜରେ ଭାରତର ବିଭିନ୍ନ ସହରରେ କାର୍ଯ୍ୟରତ ସେଫ୍ (ରୋଷେୟା ) ମାନଙ୍କୁ ନେଇ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ ୧୨ଟି ବିଭାଗ ରେ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସାରାଦେଶର ୩୦୦ ରୁ ଉଦ୍ଧ୍ୱର୍ ଏହି ପ୍ରତିଯୋଗିତାରେ ଭାଗନେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିôବା କୋଣାର୍କ ତଥା ଓଡିଆ ସେଫ୍ ସାହାଜାନ ଭାରତୀୟ ପ୍ରାମାଣିକ ଓ ପୈାରାଣିକ ବ୍ୟଞ୍ଜନ ପ୍ରସସ୍ତୁତି କାରୀ ଦର୍ଶକ ମାନଙ୍କ ମନ ଜିଣିବା ସହ ଏହି ପ୍ରତିଯୋଗିତାରେ ଦିତୀୟ ସ୍ଥାନ ଅଧିକାର କରିଛନ୍ତି । ସାହାଜାନ ଓଡିଶାର ପାରମ୍ପରିକ ବ୍ୟଞ୍ଜନ ଡାଲମା ଘାଟ ,ଛେନାପୋଡ , ମାଟିହାଣ୍ଡି ମାଂସ , ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ । ଦୀର୍ଘ ୧୨ ବର୍ଷ ଧରି ସାହାବାନ ଭାରତର ବିଭିନ୍ନ ବଡ ବଡ ହୋଟେଲରେ ସେଫ ଭାବେ କାର୍ଯ୍ୟକରି ଆଜି ଏପରି ସଫଳ ଲାଭ କରିଅଛନ୍ତି ।କୋଣାର୍କ ଥାନା ଅଧିନ ଶିରିପୁର ଗ୍ରାମର ଶେଖ ମୁଶାଙ୍କ ପୁଅ ସାହାଜାନ ଅଧୁନା ହରିଆନା ଠାରେ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ