ଶ୍ରମିକ ସଂଗଠନର ବୈଠକ
କୋଣାର୍କ ( ରାଜ୍ୟର ଅଗ୍ରଣୀ ଶ୍ରମିକ ସଂଗଠନ ଓଡିଶା ନିର୍ମାଣ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାିଣୀ ବୈଠକ ମଙ୍ଗଳ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓ ଏନ ଏମ ଏସର ରାଜ୍ୟ ସଭାପତି ଉକ୍ରଳ ଶଥପଥୀ ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ଦାସ , ଉପସଭାପତି ଲକ୍ଷ୍ମୀଧର ସାହୁ ,ଗୋକୁଳ ମେହେର , କୋଷଧ୍ରକ୍ଷ ଗୁରୁଚରଣ ମହାପାତ୍ରଙ୍କ ସମେତ ହିନ୍ଦ ମଜଦୂର ସଭାର ସଭାପତି ଲକ୍ଷ୍ମୀ ମହାନ୍ତିି , ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ସ୍ୱାର୍ଥ ସାଧନ ପାଇଁ ସଂଗଠନ ରାଜାନୈତିକ ଦଳର ହାତବାରିଶ ନ ହୋଇ ଶ୍ରମିକ ମାନଙ୍କ ପାଇଁ କାମ କରିବ ବୋଲିଶ୍ରମିକ ନେତା ମାନେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତ୍ୟୈକ ଜିଲ୍ଳାର ସଂପାଦକ ମାନଙ୍କ ସମେତ ଯୋନାଲ ସଂପାଦକ ପ୍ରଦୀପ ମିଶ୍ର , ତ୍ରିଲୋଚନ ପ୍ରଧାନ , ଅମୃ୍ତ ଦାସ , ପ୍ରମୁଖ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଓ ଏନ ଏମ ଏସ ର ପୁରୀ ଜିଲ୍ଲା ସଂପାଦକ ପ୍ରଦୀପ୍ତ କୁମାର ବିଶ୍ୱାଳ , ଜଟାଧାରୀ ନାୟକ , ରମେଶ ଦାସ , ବିଚିତ୍ର ଓଝା , ସାଇ ସର୍ମିଷ୍ଠା ପଟ୍ଟନାୟକ ,ରମେଶ ଦାଶ ବିଚିତ୍ର ଓଝା ,ଶଙ୍କର ମହାରଣା ,କାଳନ୍ଦୀ ସାହୁ ,ପ୍ରମୁଖ ପରିଚାଳନା କରିଥିଲେ ।


