ଓଡିଶାକୁ ନବଜାଗରଣ କରିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,– ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମାଜକୁ ସ୍ୱାଭିମାନୀ କରିବା, ସମାଜକୁ ଦୈନନ୍ଦିନ ଜୀବନର ଜଞ୍ଜାଳରୁ ମୁକ୍ତ କରି ସମାଧାନର ରାସ୍ତା ବାହାର କରିବା ,ସମାଜକୁ ଜାଗରଣ କରିବା ଭଳି ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଓଡିଶାର ନୂଆପିଢି ପାଖରରେ ଅ।।ଧୁନିକ ଢଙ୍ଗରେ ପହଁଚାଇପାରିଲେ ହିଁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଏହା ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି । ଓଡିଶା ଶାଖାର ଏହି ମଠକୁ ପୂଜ୍ୟ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବ୍ରହ୍ମାନନ୍ଦଜୀ ମହାରାଜ ଅକ୍ଟୋବର ୩୧, ୧୯୧୯ ମସିହାରେ ସ୍ଥାପନା କରିଥିଲେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ସ୍ଥାପନା ଦିନ ଠାରୁ ତାର ଧ୍ୟେୟ ଓ ଉଦ୍ଦେଶ୍ୟ ପାଇଁ କାମ କରି ଆସୁଛି । ଓଡିଶାର ରାମକୃଷ୍ଣ ମିଶନ ଓ ମଠର ସ୍ଥାପନାକୁ ଶହେ ବର୍ଷ ପୂରଣ ହୋଇଥିବାରୁ ଏହା ସହ ଜଡିତ ସମସ୍ତ ସାଧୁ ସନ୍ଥ ଓ ପଦାଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ତାଙ୍କୁ ପ୍ରେରଣା ଦେଇଥିବା ରାମକୃଷ୍ଣ ପରମହଂସ ଏବଂ ମା ଶାରଦାଙ୍କ ବିଚାର ଭାରତବର୍ଷ ତଥା ଓଡିଶାରେ ପହଁଚାଇବା ପାଇଁ ଏହି ମଠ କେନ୍ଦ୍ରବିନ୍ଦୁ ହୋଇଛି । ବଲାଙ୍ଗୀର ରାଜ ପରିବାରର ପ୍ରତ୍ୟକ୍ଷ ସହଯୋଗୀ ଫଳରେ ଏଠାରେ ଭବ୍ୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇପାରିଛି ବୋଲି ସେ କହିଛନ୍ତି । ସେହିପରି ମନୁଷ୍ୟ ମନରେ କ୍ଷଣ କ୍ଷଣରେ ଉତ୍ସାହ ଓ ନିରୁତ୍ସାହ ଆସେ । ଏହି ଉତ୍ସାହକୁ ନିରନ୍ତର ବନାଇ ରଖିବା ନିରୁତ୍ସାହକୁ କାଟି ତାକୁ ଉତ୍ସାହରେ ପରିଣତ କରିବା ଭଳି ସ୍ୱାମୀଜୀଙ୍କ ଦୁଇ ଶବ୍ଦ ବାରମ୍ବାର ପଢିଲେ ହିଁ ସମାଧାନର ରାସ୍ତା ବାହାରିପାରିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ