ଓଡିଶାର ଐତିହ ଗଜପତିର ମହେନ୍ଦ୍ରଗିରିର ସୁରକ୍ଷା ପାଇଁ ଜିଲ୍ଲା ଆଦିବାସୀ ସମାଜର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଓଡିଶାର ଐତିହ ମହେନ୍ଦ୍ରଗିରିର ସୁରକ୍ଷା ନିମନ୍ତେ ମହେନ୍ଦ୍ରଗିରି ଚତୁପାଶ୍ୱର୍ରେ ଥିବା ପାଞ୍ଚଗୋଟି ଜାତିର ଆଦିବାସୀ ନେତାମାନଙ୍କ ବୈଠକ ଖମ୍ବାରିସାହିସ୍ଥିତ ସନ୍ଦିପନି ଆଶ୍ରମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମହେନ୍ଦ୍ରଗିରିର ପ୍ରକୃତି, ସଂସ୍କୃତି ଓ ପରିବେଶର ସୁରକ୍ଷା କିପରି କରାଯିବ ସେ ବିଷୟରେ ବିଚାର କରାଯାଇଥିଲା । ଏହି ବିଷୟ ଗୁଡିକ ମଧ୍ୟରେ ଶବରମାନଙ୍କ ସଂସ୍କୃତି, ପର୍ଶୁରାମଙ୍କ ପରମ୍ପରା, ମହେନ୍ଦ୍ରଗିରିକୁ ତପସ୍ଥଳୀ, ମହେନ୍ଦ୍ରଗିରିର ପ୍ରକୃତିର ରକ୍ଷା, ମହେନ୍ଦ୍ରଗିରିର ପରିବେଶ ସୁରକ୍ଷା, ମହେନ୍ଦ୍ରଗିରି ତୀର୍ଥସ୍ଥାନର ଉନ୍ନତି ଆଦି ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା । ଗଜପତି ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଆଦିବାସୀମାନେ ଉପସ୍ଥିତ ରହିଥିଲେ । ଶବର ସମାଜର ଉପସଭାପତି ତ୍ରିନାଥ ଶବର, ଜାରା ଶବର ସମାଜର ନୀଳମାଧବ ନାୟକ, ମୁଠା ଶବର ସମାଜର ବାବା ଉଦ୍ଧବ ଦାସ, ସୁବାଷ ଦଳାଇ, ଗଜେନ୍ଦ୍ର ଶବର, ସେନାପତି ଶବର, କଇଁପୁର ପଞ୍ଚାୟତର ସରପଞ୍ଚ କୌଳାଶ ଶବର, ସରପଞ୍ଚ ମମତା ବେହେର୍ଦ୍ଦଳାଇ ମୁଖ୍ୟ ଭୂମିକାରେ କାର୍ଯ୍ୟ ତୁଲାଇଥିଲେ । ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓଡିଶା ସେବା ପ୍ରକଳ୍ପ ଏବଂ ବିବେକାନନ୍ଦ କେନ୍ଦ୍ର ଐକ୍ୟମର ସଂଗଠକ ଦାୟିତ୍ୱରେ ଥିବା ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, କେନ୍ଦ୍ରର ଅନ୍ୟତମ କାର୍ଯ୍ୟକର୍ତ୍ତା ଗଜେନ୍ଦ୍ର ବିନ୍ଧାଣୀ, ରବିନ୍ଦ୍ରନାଥ ପ୍ରଦାନ ସମାଜସେବୀ, ବିଭୁତିଭୂଷଣ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପରୋକ୍ତ ବିଷୟ ଉପରେ ମରାଗଦର୍ଶନ ଦେଇଥିଲେ । ଶେଷରେ ସ୍ୱାମୀ ଭାସ୍କରତୀର୍ଥ (ଲକ୍ଷ୍ମୀ ବାବା) ସମସ୍ତଙ୍କୁ ଆଶିବଚନ ପ୍ରଦାନ କରିଥିଲେ । ତ୍ରିନାଥ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ