ଓଡିଶାର ଗଙ୍ଗାବାଡ ପଞ୍ଚାୟତରେ ପ୍ରାର୍ଥିପତ୍ର ଦାଖଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଓଡିଶାର ତଥା ବିବାଦିୟ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଗଙ୍ଗାବାଡ ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାର୍ଥିପତ୍ର ଦାଖଲ ହୋଇଯାଇଛି । ୨୫ଶହ ଜନ ସଂଖ୍ୟାକୁ ନେଇ ୨୦ରାଜସ୍ୱ ଗ୍ରାମ ଓ ୪ ପଡା ଗ୍ରାମର ମୋଟ ୨୪ ଗ୍ରାମକୁ ନେଇ ଗଙ୍ଗାବାଡ ପଞ୍ଚାୟତ ରହିଥିବାବେଳେ ୧୧ ୱାର୍ଡ ରହିଛି । ଏହି ୨୫ଶହ ଜନସଂଖ୍ୟା ମଧ୍ୟରୋ ୧୫୧୫ ଭୋଟର ରହିଛନ୍ତି । ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସରେ ସରପଞ୍ଚ ସକାଶେ ୬ଜଣ, ସମିତି ସଭ୍ୟା ସକ।।ଶେ ୩ ଜଣ ଓ ୧୧ ୱାର୍ଡ ସଭ୍ୟସଭ୍ୟା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉକ୍ତ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ପଞ୍ଚାୟତ ହୋଇଥିବାରୁ ଆନ୍ଧ୍ର ବେଆଇନ ଭାବେ ଓଡିଶା ଭିତରେ ପଶି ଲଲୁପ ଦୃଷ୍ଟି ପକାଇ ଲୋକଙ୍କୁ ପ୍ରଲୋଭନ ଦେଖାଇ ଆନ୍ଧ୍ରର ନିର୍ବାଚନରେ ସାମିଲ କରିଥିଲା । ସେତେବେଳେ ଏହି ଖବର ପ୍ରସାରିତ ହେବାପରେ ଗଜପତି ପ୍ରଶାସନ ଗଙ୍ଗାବାଡ ଠାରେ ପହଂଚି ଲୋକଙ୍କୁ ସଚେତନତା କରିଥିଲା । ଏବେ ଓଡିଶାରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଅନ୍ୟପକ୍ଷରେ ଏହି ଗଙ୍ଗାବାଡ ପଞ୍ଚାୟତରେ ଲୋକେ ଉତ୍ସାହିତ ହୋଇ ଜନପ୍ରତିନିଧିପାଇଁ ନାମାନଙ୍କ ଦାଖଲ କରୁଥିବାର ଜଣାପଡିଛି । ଏହାସହ ସମିତି ସଭ୍ୟା ସକାଶେ ଗଙ୍ଗାବାଡ, ସାନଦେଉଳା ଓ ମାଣିକପାଟଣା ଗ୍ରାମର ଓଡିଶାକୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ ଲେଖାଏଁ ମହିଳା ପ୍ରାର୍ଥିପତ୍ର ଦାଖଲ କରିଥିବାର ଜଣାପଡିଛି । ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବିବାଦୀୟ ଗ୍ରାମ ମାଣିକପାଟଣାରେ ବସବାସ କରୁଥିବା ଆନ୍ଧ୍ରକୁ ସମର୍ଥନ କରୁଥିବା ଲୋକେ କେହି ହେଲେ ବି କୌଣସି ପ୍ରାର୍ଥୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିନଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ