ଓଡିଶାର ମିନି ତିବତିଆନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଓଡିଶାର ମିନି ତିବତୀୟ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ବୁଦ୍ଧ ମନ୍ଦିର ପରିସରରେ ତିବତିଆନ ମାନଙ୍କର ଏକ ପ୍ରମୁଖ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ବୁଦ୍ଧ ମନ୍ଦିର ପରିସରରେ ସୁଉଚ୍ଚ ତ୍ରିରଙ୍ଗା ପତାକା ସ୍ତମ୍ବକୁ ଉଦଘାଟନ କରାଯାଇ ତିବତିଆନ ଏକ ମହୋତ୍ସବ ପାଳନ କରିଛନ୍ତି. ଏଥିରେ ଦେଶ ବିଦେଶରୁ ବହୁ ତିବତିଆନ ଧର୍ମଗୁରୁମାନେ ଯୋଗ ଦେଇ ବୁଦ୍ଧ ଦେବଙ୍କ ମହତ୍ତ୍ୱ ବାଣୀକୁ ପଠନ କରିଥିଲେ. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ବଢ଼ାନ୍ୟ ଉତ୍ସବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୯ମିଟର ଉଚ୍ଚ ବିଶିଷ୍ଟ ସ୍ତମ୍ଭରେ ୧୬ଫୁଟ ଓସାର ସହ ୨୪ଫୁଟ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକାକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିରେନ୍ଦ୍ର କୁମାର ଜଗତ ନିଜ ସହକର୍ମୀଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହା ସଙ୍ଗେ ତିବତିଆନ ମନ୍ଦିର ମୁଖ୍ୟ ଗୁରୁଜୀ ଖେନ୍ପୋ ପେମାଙ୍କ ସହ ସ୍ଥାନୀୟ ତିବତିଆନ କମିଟି ଅଧିକାରୀ ଚେମ୍ପାଲ ଦଣ୍ଡୁପ୍ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଧର୍ମଗୁରୁ ଖେନ୍ପୋ ପେମା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ସୁଉଚ୍ଚ ତ୍ରିରଙ୍ଗା ପତାକା ଓ ଏହାର ସ୍ତମ୍ଭ ଶୁଭ ଉଦଘାଟନ ପ୍ରତେକ ତିବତିଆନଙ୍କ ପାଇଁ ଏକ ମହୋତ୍ସବ ଅଟେ. ଶାନ୍ତି, ମୈତ୍ରୀ, ସ୍ନେହ ଓ ଶ୍ରଦ୍ଧାରେ ଚଳିତ ବର୍ଷ ବିଶ୍ୱବାସୀ ଆନନ୍ଦରେ ରହିବା ପାଇଁ ଭଗବାନ ବୁଦ୍ଧଙ୍କ ଠାରେ ପ୍ରାର୍ଥନା କରାଯାଇଛି. ଗଜପତି ଜିଲ୍ଲାପାଳ ତ୍ରିରଙ୍ଗା ପତାକା ସ୍ତମ୍ବ ଉଦଘାଟନ ପରେ ଜଳ ସେଚନ ବିଭାଗ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ହେବାକୁ ଥିବା ଅତିଥି ଭବନର ଶିଳାନ୍ୟାସ କରିଥିଲେ। ଏହି ସମାରୋହରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ଦ୍ଵିପ ଧୂପ ଦେଇ ଶିଳାନ୍ୟାସ କରିଥିଲେ। ଏହି ଦୁଇ କାର୍ଯ୍ୟକ୍ରମରେ ସମସ୍ତ ତିବତିଆନ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଆଗାମୀ ଦିନରେ ଏହି ଅଞ୍ଚଳ ରାଜ୍ୟରେ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ମୁଖ୍ୟ ଆକର୍ଷଣ ହେବ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ