ମୋହନାରେ ୬୨ ଏକର ଗଞ୍ଜେଇ ଗଛକୁ ପୋଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳୀପଦର ଓ ଉଲଣ୍ଡା ଗ୍ରାମରେ ବେ-ଆଇନ ଚାଷ ହୋଇଥିବା ୬୨ଏକର ଗଞ୍ଜେଇ ନଷ୍ଟ କରିଛନ୍ତି ମୋହନା ପୋଲିସ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ପୋଲିସ ଏହି ଚଡ଼ାଉ କରି ଚାଷ ନଷ୍ଟ କରିଛନ୍ତି। ଏହି ଚଡାଉ ରେ ବନ ବିଭାଗ ଏବଂ ରାଜସ୍ବ ବିଭାଗ ସାମିଲ ଥିବା ଦେଖିବାକୁ ମିଳିଛି। ବେ- ଆଇନ ଚାଷରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଘଟଣାର ତଦନ୍ତ କରୁଥିବା ପ୍ରକାଶ। ସମସ୍ତ 62 ଏକର ପରିମିତ ଜମିରେ ଚାଷ କରାଯାଇଥିବା ସମସ୍ତ ଗଞ୍ଜେଇ ଗଛକୁ କଟା ଯାଇ ପୋଡି ଦିଆଯାଇଛି. ଏହି ସମସ୍ତ ଗଞ୍ଜେଇ ଗଛରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଫସଲ ଉତ୍ପାଦନ ହୋଇପାରିଥାନ୍ତା ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ