ଓଡିଶାର ମୋଦୀ
ସରିଛି ସାଧାରଣ ନିର୍ବାଚନ ଆଉ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । । ବିଜେପି ଆଉ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନେରନ୍ଦ୍ର ମୋଦି । ତାଙ୍କ ମନ୍ତ୍ରୀମଣ୍ଡଳ ରେ ଏମିତି କିଛି ମନ୍ତ୍ରୀ ମାନଙ୍କୁ ନେଇଛନ୍ତି ଯାହାକୁ ନେଇ ସାରା ଭାରତରେ ଜୋରଦାର ହେଉଛି ଚର୍ଚ୍ଚା । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବାଲେଶ୍ୱରର ସାଂସଦ ଭାବେ ପ୍ରଥମ ଥର ସାଂସଦକୁ ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ । ଜାତୀୟ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ବିଜେପି ରୁ ଏହି ଫାଇର ବ୍ରାଣ୍ଡ ନେତା ପ୍ରତାପ ଓଡିଶା ରାଜନୀତିରେ ଖାସ ଜଣାଶୁଣା ନିଜର ସ୍ପଷ୍ଟମତ ପାଇଁ ଏବଂ ଏହା ସହିତ ତାଙ୍କର ଜୀବନ ଶୈଳୀ ପାଇଁ ତାଙ୍କୁ ଓଡିଶା ର ମୋଦି ବୋଲି କୁହାଯାଉଛି । ପୂର୍ବ ରୁ ତାଙ୍କୁ ଉତ୍ତରପ୍ରଦଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ସହ ତୁଳନା କରାଯାଇଥିଲା । ନିଜର ସାଧାରଣ ଜୀବନଯାପନ , ସ୍ପଷଟବାଦୀ , ହିନ୍ଦୁତ୍ୱବାଦୀ , ଦୃଢସଙ୍ଦଠକ , ତେଜସ୍ୱୀବକ୍ତା , ଭାବେ ଖୁବ ପରିଚିତ ପ୍ରତାପ ଷଡଙ୍ଗୀ । ସେ ନିଜ ଭିତରେ ସୀମିତ ନୁହଁନ୍ତି । ପ୍ରତାପ ବିରୋଧୀ ଦଳ ଗୁଡିକ ତାଙ୍କର ବ୍ୟକ୍ତିତ୍ୱକୁ ପସନ୍ଦ କରିଥାନ୍ତି । ଆଜିକାଲି ନେତା ମାନଙ୍କର ଠାରୁ ଖୁବ ଦୂରରେ ପ୍ରତାପ ନନା । ସାଇକେଲ ଚଲାଇବା ହେଉ କି ଗାଁ ପାଇପ୍ ରେ ଗାଧୋଇବା ଏବଂ ପ୍ରଚାର ସମୟ ବ୍ୟୟବହୁଳ ଗାଡି ଠାରୁ ଦୂରେଇ ରହି ଅଟୋରେ ପ୍ରଚାର କରିବା ତାଙ୍କର ନିଡାମ୍ବର ଜୀବନ ଯାପନ ପାଇଁ ଖୁବ ପରିଚିତ ।
-ପ୍ରତାପ ଷଡଙ୍ଗୀ ଙ୍କ ଜନ୍ମ-
ସେ ୧୯୫୫ ମସିହା ଜାନୁଆରୀ ୪ ତାରିଖରେ ବାଲେଶ୍ୱର ଜିଲ୍ଲା ଗୋପୀନୀଥ ପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡଙ୍ଗୀ । ସେ ୧୯୭୫ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ସେ ଜଣେ କଠୋର ହିନ୍ଦୁତ୍ୱ ବାଦୀ ନେତା ଭାବେ ଖୁବ ଜଣାଶୁଣା । ଏହା ସହିତ ସେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ସହିତ ଜଡିତ ହୋଇଥିଲେ । ସେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଭାବେ ଦାୟିତ୍ୱ ନେଇସାରିଛନ୍ତି ,ସେ ଅବିବାହତା ।
-ରାଜନୈତିକ ଜୀବନ –
ସେ ପ୍ରଥମ ଥର ପାଇଁ ୨୦୦୪ ରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିଳଗିରି ଆସନ ରୁ ବିଧାନସଭା କୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୨୦୦୯ ରେ ସ୍ୱାଧୀନ ଭାବେ ଲଢି ନିଜର ଲୋକପ୍ରିୟତା ର ପ୍ରମାଣ ଦେଇଥିଲେ । ଏବଂ ୨୦୧୪ ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ । କିନ୍ତୁ ନିରଜର ଆତ୍ମବିଶ୍ୱାସ ହରାଇ ନଥିଲେ ,ଚଳିତ ନିର୍ବାଚନରେ ସେ ବିଜେପି ରୁ ନିର୍ବାଚନ ଲଢି ଦୁଇ କୋଟିପତି ପ୍ରାର୍ଥୀ କଂଗ୍ରେସର ନବ ଜ୍ୟୋତି ପଟ୍ଟାୟକ ଓ ବିଜେଡି ର ରବିନ୍ଦ୍ର ଜେନାଙ୍କୁ ପରାସ୍ତ କରିଥିଲେ । ଏଥିରୁ ଗୋଟିଏ କଥା ସହଜରେ ଅନୁମେୟ ହୁଏ ଯେ , ଦେଶର ସର୍ବବୃହତ ଗଣତନ୍ତ୍ର ଭାରତରେ ଏବେ ମଧ୍ୟ ବଞ୍ଚି ରହିଛି ସ୍ୱଚ୍ଚରାଜନୀତି ।