ଓଡିଶାର ୨ୟ ପୁରାତନ ୧୩୪ ବର୍ଷ ପାରଳା ପୌରପାଳିକାଐତିହାସିକ ଅଟ୍ଟାଳିକାକୁ ନ ଭାଙ୍ଗି ସଂଗ୍ରହାଳୟ କରାଯାଉ 

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ପୌରପାଳିକା ଓଡିଶାର ୨ୟ ପୁରାତନ ଅଟେ । ୧୩୪ ବର୍ଷର ଏହି ପୁରାତନ ଏøତିହାସିକ ଅଟ୍ଟାଳିକାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ଏହାକୁ ପାରଳା ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ବିରୋଧ କରିଛନ୍ତି । ଏହାକୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କରି ଅଟ୍ଟାଳିକାକୁ ନ ଭାଙ୍ଗି ଆବଶ୍ୟକ ମରାମତି କରି ପୁରାତନ କୋଠାକୁ ଜୀବିତ ରଖି ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉ ବୋଲି ଏମାନେ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଓଡିଶାର ୨ୟ ପୁରାତନ ପାରଳାଖେମୁଣ୍ଡି ପୌରପାଳିକାର ଅଟ୍ଟାଳିକା ୧୮୮୫ ମସିହାରେ ନିର୍ମିତ ହୋଇଛି । ୧୩୪ ବର୍ଷର ପୁରାତନ ଏହି ଏøତିହାସିକ ଅଟ୍ଟାଳିକାଟି ବିପଦ ସଂକୁଳ ବୋଲି ଗଜପତି ପୁର୍ତ୍ତ ବିଭାଗ ଗତ କିଛି ବର୍ଷତଳେ ସୂଚନା ଦେଇଥିଲେ । ତେଣୁ ଏହି ପୁରାତନ ଅଟ୍ଟାଳିକା ପଛପଟେ ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା । ବର୍ତ୍ତମାନ ଗତ ୨ମାସ ହେଲା ପୌରପାଳିକାର କାର୍ଯ୍ୟାଳୟ ପଛପଟର ନୂତନ କୋଠାକୁ ଚାଲିଯାଇଛି । ବିପଦ ସଂକୁଳ ବୋଲି ସୂଚନା ଥିବା ପୁରାତନ ଅଟ୍ଟାଳିକାକୁ ଭାଙ୍ଗିଦେବା ପାଇଁ ଗତ କିଛି ଦିନ ହେଲା ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ପୁରାତନ ଅଟ୍ଟାଳିକା ଉପର ମହଲାର ଟିଣ ଗୁଡିକୁ ଖୋଲି ୧୩୪ ବର୍ଷର ଏହି ଏøତିହାସିକ ପୁରାତନ ଅଟ୍ଟାଳିକାକୁ ଧରାଶୟୀ କାର୍ଯ୍ୟ ଚାଲିଛି । ଏହି ନିଷ୍ପତ୍ତି ଓ ଭାଙ୍ଗିବା କାର୍ଯୟକ୍ରମକୁ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ବିରୋଧ କରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ସମାଜସେବି ନବିନା ନନ୍ଦ ଗନ୍ତାୟତ ଏହି ଅଟ୍ଟାଲିକା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ । ସେ ପ୍ରଥମେ ପୌରପାଲିକାର ନିର୍ବାହୀ ଅଧିକାରୀଙ୍କୁ ଲେଖି ଜଣାଇଥିଲେ ଯେ,ପୁରାତନ ଅଟ୍ଟାଲିକା ବିପଦ ପୂର୍ଣ୍ଣ ବୋଲି ତାର ପଛପଟେ ନୂତନ ଅଟ୍ଟାଳିକା ନିର୍ମାଣ ହେଲା । ସେଠାରେ ବର୍ତ୍ତମାନ କାର୍ଯ୍ୟାଳୟ ଚାଲିଛି । ପୁରାତନ ଅଟ୍ଟାଳିକା ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ୧୩୪ ବର୍ଷର ଏଭଳି ପୁରାତନ ଏøତିହାସିକ ଓ ସୁନ୍ଦର ଅଟ୍ଟାଲିକା ଭାଙ୍ଗି ଦେବା ଦ୍ୱାରା ପୁରାତନ ନିର୍ମାମ ଶୌଳିର ଏହି ଅଟ୍ଟାଳିକା ସବୁଦିନ ପାଇଁ ଲୋପ ପାଇଯିବ । ବରଂ ଏହାକୁ ନ ଭାଙ୍ଗି ଆବଶ୍ୟକ ମରାମତି ଦ୍ୱାରା ସୁରକ୍ଷା କରାଯାଇ ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉ । ଯଦ୍ୱାରା ପୁରାତନ ସୌଧ ସବୁଦିନ ପାଇଁ ବଞ୍ଚି ରହିବ । ଏହାକୁ ପାରଳା ସହରର କେତେକ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ସମର୍ଥନ ଜଣାଇଛନ୍ତି ୀ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଏହି ପୁରାତନ ଅଟ୍ଟାଳିକାକୁ ନଭାଙ୍ଗି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ଶ୍ରା ଗନ୍ତାୟତ ଏଥିନେଇ ଗଜପତି ଜିଲ୍ଲାପାଳ,ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କୁ ଅନୁରୋଧ ପତ୍ର ପଠାଇଥିବା ମଧ୍ୟ କହିଛନ୍ତି । ବର୍ତ୍ତମାନ ପାଇଁ ଏହି ଭଙ୍ଗା କାର୍ଯୟକ୍ରମକୁ ସ୍ଥଗିତ ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ