କଳାକାର ସଂଘର ବୈଠକ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା କଳାକାର ସଂଘର ଏକ ବୈଠକ ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ରଳ ଆଶ୍ରମ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ବେଦର ସାରତତ୍ୱରେ ରଚିତ ପଞ୍ଚମ ବେଦ ଅର୍ଥାତ ନାଟ୍ୟ ବେଦର ପ୍ରଚାର ଓ ପ୍ରସାର କାର୍ଯ୍ୟ କଳାକାରମାନେ କରୁଥିବାହେତୁ ସେମାନଙ୍କୁ ସମାଜ ସୁଧାରକ କହିଲେ ଅତ୍ୟୁକ୍ତି ହେବ ନାହିଁ । କଳାକାର ଗୋଷ୍ଠୀର ପ୍ରଗତିରେ ସମାଜର କଲ୍ୟାଣ ସଂଯୋପୀତ ହୋଇଥିବାରୁ କଳାକାରଙ୍କ ଜନ୍ମ ଓ ଜୀବନଚର୍ଯ୍ୟା ଯେଭଳି ସୁନ୍ଦର ସୃଷ୍ଟ ହୋଇପାରିବ ସେହିପରି ସରକାର ସଚେତନତା ପ୍ରଯତ୍ନଶୀଳ ହେବା ଉଚିତ ବୋଲି ଗଞ୍ଜାମ ଜିଲ୍ଲା କଳାକାର ସଂଘ ନିଜସ୍ୱ ମତ ଦାବୀ ଉପସ୍ଥାପନା କରାଯାଇଛି । ଏହି ବୈଠକରେ ଉମାଶଙ୍କର ଦାସ ଶର୍ମା, ନାରାୟଣ ମହାରଣା,ପ୍ରଫୁଲ୍ଲ କୁମାର ନାୟକ , ତ୍ରିଲୋଚନ ପଣ୍ଡା, ଶିଶିର କୁମାର ସାହାଣୀ, ସୁଧାଂସୁବାଳା ପାଣିଗ୍ରାହୀ, ଗୀତା ସ୍ୱାଇଁ , ଜୟନ୍ତୀ ମିଶ୍ର, ରବି ଦାସ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ