ଓଡିଶା ଅଭିଭାବକ ମହାସଙ୍ଘ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଅଭିଭାବକ ମହାସଙ୍ଘ ଆହୁତ ସର୍ବଦଳୀୟ ବୈଠକ ପରେ ସଙ୍ଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ପହଁଚିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିଦେବାକୁ ଘୋଷଣା କରିଥିବା ବିଭିନ୍ନ ସ୍କୁଲ ଗୁଡିକର ଅଭିଭାବକମାନଙ୍କୁ ଅଧ୍ୟକ୍ଷ ଶ୍ରୀ ଭଟ୍ଟ ଜିଲ୍ଲା ଆବାହକ ଅସୀତ ପଣ୍ଡାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଶ୍ରୀ ଭଟ୍ଟ ସ୍କୁଲ ବନ୍ଦ କରାଯିବା ପ୍ରତିବାଦରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାରେ ଏକ ପତ୍ରକାର ସମ୍ମିଳନୀର ମଧ୍ୟ ଆୟୋଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ