ଓଡିଶା ଅସ୍ଥାୟୀ କର୍ମଚାରୀ ମିଳିତ ମଂଚ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ୟୁନିଟ୍‌-୫ସ୍ଥିତ କର୍ମଚାରୀ ଭବନ ପରିସରରେ “ଓଡ଼ିଶା ଅସ୍ଥାୟୀ କର୍ମଚାରୀ ମିଳିତ ମଞ୍ଚ”ର ଆବାହନକ୍ରମେ, ରାଜ୍ୟ ସରକାରଙ୍କ ଅଧିନସ୍ଥ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କରେ ତା ୧୨.୦୪.୧୯୯୩ରିଖ ପରେ ନିଯୁକ୍ତି ପାଇ ଓ ସରକାରଙ୍କ ବିିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କରୁ ସିଧାସଳଖ ଦରମା / ମଜୁରୀ ପାଇ, ବିଭିନ୍ନ ବର୍ଗରେ ଆଜି ପର୍ଯ୍ୟନ୍ତ କାମ କରି ଆସୁଥିବା କର୍ମଚାରୀମାନଙ୍କର ଦାବି ହାସଲ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ତା ୧୨.୦୪.୧୯୯୩ ରିଖ ପରେ ନିଯୁକ୍ତିପ୍ରାପ୍ତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରିବାକୁ ସରକାରଙ୍କ ପାଖେ ଏକକ ଦାବି ଉପସ୍ଥାପନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ଦାବି ହାସଲ ପାଇଁ ଦାବିପତ୍ର ପ୍ରଦାନ ସହ ପ୍ରତିବାଦ ଓ ଆବଶ୍ୟକ ହେଲେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅସ୍ଥାୟୀ କର୍ମଚାରୀ ମିଳିତ ମଞ୍ଚକୁ ପରିଚାଳନା କରିବାକୁ ଉପଦେଷ୍ଟା ଭାବେ ଶ୍ରୀ ସୁଧାଂଶୁ ଶେଖର ପତି-ସାଧାରଣ ସମ୍ପାଦକ, ଓଡ଼ିଶା ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ଞ୍ଚ ଚେୟାରମ୍ୟାନ ଭାବେ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ-ପୂର୍ବତନ ବିଧାୟକ ତଥା କାର୍ଯ୍ୟକାରୀ ସଭାପତି ହିନ୍ଦ୍ ମଜୁଦର ସଭା, ଓଡ଼ିଶା ରାଜ୍ୟ କମିଟି, ଞ୍ଚ ସଭାପତି ଭାବେ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ- ରାଜ୍ୟ ସମ୍ପାଦକ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ରାଜ୍ୟ କମିଟି ଓ ଅନ୍ୟ ୭ଜଣ ଆବାହକଙ୍କୁ ନେଇ ଏକ ଆବାହକ ମଣ୍ଡଳୀ ଗଠନ କରାଯାଇଛି । ଆବାହକମାନେ ହେଲେ ସର୍ବଶ୍ରୀ ପ୍ରଦୀପ କୁମାର ସାମଲ-ମୁନିିସିପାଲିଟି କର୍ମଚାରୀ ମହାସଂଘ, ସରୋଜ ମହାନ୍ତି-ଇରିଗେସନ ଅସ୍ଥାୟୀ କର୍ମଚାରୀ ସଂଘ, ମାନସ ମହାନ୍ତି-ପିଏଚ୍‌ଡ଼ି ଅସ୍ଥାୟୀ କର୍ମଚାରୀ ସଂଘ, ସୁଦୀପ ନାରାୟଣ ମହାନ୍ତି-ହାଉସିଂ ବୋର୍ଡ଼ ୱାକର୍ସ ୟୁନିୟନ, ସନ୍ତୋଷ କୁମାର ସାହୁ, ଆରଡବ୍ଲ୍ୟୁଏସ୍‌ଏସ ଅସ୍ଥାୟୀ କର୍ମଚାରୀ ସଂଘ, ପ୍ରଦୀପ କୁମାର ରାଉତ-ଆର୍‌.ଡ଼ି ଅସ୍ଥାୟୀ କର୍ମଚାରୀ ସଂଘ, ବିଦ୍ୟୁତ୍ କାନୁନଗୋ-ପୂର୍ତ୍ତ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ । ଏହାଛଡ଼ା ପ୍ରତି ଜିଲ୍ଲାରୁ ଦୁଇଜଣ ଲେଖାଏଁ କର୍ମଚାରୀ ପ୍ରତିନିଧିଙ୍କୁ କର୍ମକର୍ତ୍ତା ଭାବେ ବଛାଯାଇ ଏକ କୋର୍ କମିଟି ଗଠନ କରାଯାଇଛି । ବୈଠକରେ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଉପାନ୍ତ ଅଞ୍ଚଳ ମାନଙ୍କରେ ଥିବା ପିଏଚ୍‌ଡ଼ି, ମୁନିସିପାଲିଟି, ଏନ୍‌ଏସି, ଇରିଗେସନ, ଆରଡ଼ି, ଆରଡବ୍ଲୁଏସ୍‌ଏସ୍‌, ଗୃହ ନିର୍ମାଣ ସଂସ୍ଥା, ସ୍ୱରେଜ ବୋର୍ଡ଼, ଓୟୁଏଟି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘମାନଙ୍କର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ପୁନଶ୍ଚ, ବୈଠକରେ ୧୨.୦୪.୧୯୯୩ରିଖ ପରେ ଥିବା ସମସ୍ତ କର୍ମଚାରୀଙ୍କୁ ରେଗୁଲାର କରିବା ପାଇଁ ଜୋରଦାର କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ଆଗାମୀ ନଭେମ୍ବର ୧୨ ତାରିଖ ଶନିବାର ଦିନ ୧୦ ଘଟିକାରେ କର୍ମଚାରୀ ଭବନରେ ଆଉ ଏକ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି । ବୈଠକ ଶେଷରେ ପୂର୍ତ୍ତବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଶ୍ରୀ ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେବା ସହ ବୈଠକରେ ସଭାପତିତ୍ୱ କରୁଥିବା ଶ୍ରୀ ସୁରେନ୍ଦ୍ର ସ୍ୱାଇଁ ବୈଠକକୁ ସମାପ୍ତି ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ