ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷଙ୍କ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ନାଉଗାଁ, (ୱାଇଏନ୍‍ଏସ୍‍): ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଓଡିଶାର ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଡକ୍ଟର ଉପେନ୍ଦ୍ର ତ୍ରିପାଠୀ ସୋମବାର ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ଉକ୍ତ ବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ନିର୍ମାଣଧିନ କାର୍ଯ୍ୟକୁ ବୁଲି ଦେଖିଥିଲେ । ପରେ ବିଭିନ୍ନ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହିତ ନବମ ଶ୍ରେଣୀ କକ୍ଷରେ ପହଁଚି ବିଭିନ୍ନ ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ଛାତ୍ର ପ୍ରସନ୍ନ କୁମାର ଦାଶ ସଭାର ଉଦ୍ଦେଶ୍ୟ ସଂର୍ପକରେ ମତବ୍ୟକ୍ତ କରିଥିଲେ । ମୋ ସ୍କୁଲ ଅଭିଯାନର ସଂପାଦକ ତଥା ପୁରାତନ ବିଦ୍ୟାର୍ôଥ ପରିଷଦର ସଦସ୍ୟ ଉତ୍କଳ ରଂଜନ ମହାନ୍ତି ବିଦ୍ୟାଳୟର ସୁବିଧା ଅସୁବିଧା ସଂର୍ପକରେ ତଥ୍ୟ ପ୍ରଦାନ କରିବା ସହିତ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଗଣିତ ଲ୍ୟାବ ପ୍ରତିଷ୍ଟା ପାଇଁ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରା ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନ ଶିକ୍ଷକ ତପନ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୁରାତନ ବିଦ୍ୟାର୍ôଥ ପରିଷଦର ପରାମର୍ଶଦାତା ଡାକ୍ତର ରାଖଲ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ