ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ମାନ ସମାରୋହ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍) : ପ୍ରତୈକ ମଣିଷର ସ୍ୱତନ୍ତ୍ର ଦକ୍ଷତା ରହିଛି । ଅନ୍ୟକୁ ଅନୁକରଣ କରି ଅସଫଳ ହେବା ଅପେକ୍ଷା ନିଜ ଦକ୍ଷତା ଉପରେ ନିର୍ଭର କରି ସଫଳ ହେବାକ ୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବି ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଇଛା ଶକ୍ତି ଓ ପରିଶ୍ରମ ବଳରେ ଜିଲ୍ଲାପାଳ ସମ୍ଭବ ବୋଲି କହିଥିଲେ । ନିଜେ କିପରି ଜଣେ ଶିକ୍ଷକରୁ କିପରି ଜିଲ୍ଲାପାଳ ହେଲେ ସେ ବିସୟରେ ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ଉଦବୋଧନ ଦେଇଥô୍ଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କର ନିଜସ୍ୱ ଚିନ୍ତାଧାରା ର ପ୍ରତିଫଳିତ ସଂସ୍ଥା । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ଶିକ୍ଷା ଦେଇ କିପରି ସର୍ବ ଭାରତୀୟ ସ୍ଥରରେ ସମକକ୍ଷ କରିହେବ ସେହି ଉଦେଶ୍ୟରେ ୨୦୧୬ ମସିହା ଠାରୁ ରାଜ୍ୟରେ ି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଗଞ୍ଜାମରେ ୧୩ ଟି ବ୍ଲକରେ ୨୨ ଟି ଆଦର୍ଶ ବିଦ୍ୟାଳୟ ହୋଇଥିବାବେଳେ ରାଜ୍ୟରେ ୨୧୪ ଟି ଆଦଶଁ ବିଦ୍ୟାଳୟ ଅଛି । ହଷ୍ଟେଳର ସୁବିଧା ମଧ୍ୟ ଉପଲବ୍ଧ ଅଛି । ଚଳିତ ବର୍ଷ ୯୩୭ ଜଣ ବିଦ୍ୟାଥୀ ପରୀକ୍ଷା ଦେଇଥିବାବେଳେ ୮୮୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ଫଳାଫଳ ୭୭ୂ ଭାଗ ରହିଥିବାବେଳେ ଗଞ୍ଜାମ ଜିଲ୍ଲାରେ ୯୪ ଶତକଡା ରହିଛି । ୮୩ ୍ଜଣ ବିଦ୍ୟାର୍ଥୀ ୯୦ ରୁ ଅଧିକ ମାର୍କ ରଖିଛନ୍ତି । ହାତିଓଟ ଓଡିଶା ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ମହେଶ୍ୱ ପ୍ରସାଦ ସାହୁ ୯୭ ପ୍ରତିଶତ ମାର୍କ ରଖି ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଆଧୁନିକ ପିଢିକୁ ଭାଗ୍ୟବାନ ବୋଲି କହିଥିଲେ । ଆଜିର ଆଧୁନିକ ଦୁନିଆରେ ନିମିସେକ ମଧ୍ୟରେ ବିଶ୍ୱର କୋଣ ଅନୁକୋଣର ଖବର ଆମପାଖରେ ପହଞ୍ଚି ପାରୁଛି । ଯିଏ େ ଯଉଁ କ୍ଷେତ୍ରରେ କାଯଁରତ ଅଛି ଓ ଜୀବନ ର ଲକ୍ଷ୍ୟ ଯାହା ଅଛି ସେଥିପ୍ରତି ଆଗ୍ରହ ରହି ଆଗକୁ ବଡିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ ,ବ୍ରହ୍ମପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସବ୍ୟସାଜୀ ହୋତା , ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ . ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଡ . ସନତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।