ରିଲିଫ କାର୍ଯ୍ୟରେ ପାତର ଅନ୍ତର

ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫାନିରେ ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧିନସ୍ଥ କାଇପଦର ପଞ୍ଚାୟତର ଦେଉଳଟାଙ୍ଗୀ ଗ୍ରାମର ବହୁ ବ୍ୟକ୍ତିଙ୍କର ଘର ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଯାଇଛି । କିନ୍ତୁ ସରକାରଙ୍କ ତରଫରୁ କୋ÷ଣସି ସହାୟତା ସେମାନଙ୍କୁ ଯୋଗାଇ ଦିଆଯାଇ ନଥିବା ଏବଂ ଜରିପାଲ ମଧ୍ୟ ଦିଆଯାଇ ନଥିବା ଜଣାପଡ଼ିଛି । ଏପରିକି ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଚିହ୍ନଟ କରିବା ଲାଗି ନିଯୁକ୍ତ ସରକାରୀ କର୍ମ·ରୀ ଘର ଘର ନ ବୁଲି ସମ୍ପର୍କୀୟଙ୍କୁ ଧରି ତଦାରଖ କରୁଥିବା ଏବଂ ସ୍ଥାନୀୟ ୱାର୍ଡସଭ୍ୟଙ୍କ କୋଣସି ମତାମତ ନ ନେଇ କୋଠା ଓ ମାର୍ବଲ ଘରେ ରହୁଥିବା ବ୍ୟକ୍ତିଙ୍କର ଗୁହାଳ ଓ ଚାଳ ଘର ଫଟୋ ଉଠାଇ ନେଉଛନ୍ତି । ଫଳରେ ଫାନି ବାତ୍ୟା ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ବ୍ୟକ୍ତି ଏଥିରୁ ବଞ୍ôଚତ ହୋଇଛନ୍ତି ବୋଲି ଦେଉଳଟାଙ୍ଗୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଖୋର୍ଦ୍ଧା ପୋରପରିଷଦ ଅଧିନସ୍ଥ ଅନେକ ଗୁଡ଼ିଏ ୱାର୍ଡ଼ରେ ଜରିପାଲ କିମ୍ବା ପାଲ ବାବଦକୁ ୫ଶହ ଟଙ୍କା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ପରିଷଦର କାର୍ଯ୍ୟକାଳ ଗତ ସେପ୍ଟମ୍ବରରୁ ଶେଷ ହୋଇଥିଲେ ମଧ୍ୟ ପୂର୍ବତନ କାଉନସିଲରଙ୍କ ମାଧମରେ ଜରି ପାଲ ଏବଂ ୫ଶହ ଟଙ୍କା ପ୍ରଦାନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲାପାଳ ଏହି ରିଲିଫ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ