ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ବାର୍ଷିକ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସୁନ୍ଦରାପାଳ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କାହ୍ନୁ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାିଁକ ଉତ୍ସବରେ ମୁଖ୍ୟ ଅତିôତ ଭାବେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ମୁଖ୍ୟ ବକ୍ତା ଭାବେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଇଂରାଜି ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି ମଣିକଣ୍ଡନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଆଦର୍ଶ ବିଦ୍ୟାଳୟର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବାଦ୍ୱାରା ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଂରାଜି ମିଡିୟମରେ ଶିକ୍ଷାଦାନ କରିବା ସମ୍ଭବ ହୋଇପାରିଲା ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ସବୁବେଳେ ଶିକ୍ଷାଲାଭ ଉପରେ ଗୁରୁତ୍ୱ ଦେଲେ ନିଶ୍ଚିତ ସଫଳତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଚେଷ୍ଟା ବଳରେ ଆଜି ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇପାରି ଥିବାରୁ ଅତିଥିମାନେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଐଶୋର୍ଯ୍ୟା ରାଜ, ଶକ୍ତି କଲ୍ୟାଣମୟ ଜେନା, ରାଜଲକ୍ଷ୍ମୀ ଜେନା, ସୁଶିଲ କୁମାର ଜେନା, କୌସ୍ତୁଭ ପଣ୍ଡା, ସନ୍ଧ୍ୟାସ୍ମିତ ଜେନା, ଭାଗ୍ୟଶ୍ରୀ ବେହେରା, ରୁଦ୍ର ପ୍ରସାଦ ବଳ, ଉପାସନା ସୁନ୍ଦରରାୟ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଉତ୍କର୍ସତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ଅନନ୍ତ ନାରାୟଣ ପରିଡା, ଲିପିକା ଚାନ୍ଦ, ପ୍ରେମାନନ୍ଦ ବେହେରା, ହରେକୃଷ୍ଣ ଜେନା, ରାକେଶ ମହାନ୍ତି, ଭରତ ଦଳେଇ, ବିନାୟକ ଧନି, ଗୌରବ ନାୟକ, ଜୟନ୍ତୀ ପାତ୍ର, ପ୍ରଭାସିନି ସାହୁ, ପ୍ରଫୁଲ କୁମାର ଦାସ, ସ୍ୱରୁପ କୁମାର ମିଶ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପର୍ଶୁରାମ ପେଡା, ଅମୀୟ ନାୟକ, କୌଶଳ୍ୟା ସେଠୀ, ଆଲୋକ ସେଠୀ, ଅଲେଖ ମଲ୍ଲିକ, ରତ୍ନକର ପଣ୍ଡା, ଇଂ ବଳରାମ ମଲ୍ଲିକ, ସୁନିଲ ନାୟକ, ଅଶୋକ ରାଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।