ଓଡିଶା ଆଧାରକାର୍ଡ ଓ ଭୋଟର କାର୍ଡ ଥାଇ ବି ନାମାଙ୍କନ ନାକଚ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ନୂଆଗଡ ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ଯାଞ୍ଚ ପରେ ତାଙ୍କ ନାମାଙ୍କନ ନକଚ ହୋଇଯାଇଛି । ହେଲେ ଓଡିଶାର ଆଧାର କାର୍ଡ ଓ ଭୋଟର କାର୍ଡ ଥାଇ ବି ପୈତୃକ ଜାତିଗତ ପ୍ରମାଣପତ୍ର ଦେଲେ ବୋଲି ନାମାଙ୍କନ ନାକଚ କରାଯିବା ଅନ୍ୟାୟ ବୋଲି ପ୍ରାର୍ଥିନୀ ସ୍ୱପ୍ନା ଷଢଙ୍ଗୀ ଓରାନ ପ୍ରଶ୍ନ କରିଛନ୍ତି । ଶ୍ରମତୀ ଓରାନ ଝାଡଖଣ୍ଡ ରାଜ୍ୟର ଆଦିବାସୀ ଝିଅ ହୋଇଥିବାରୁ ସେ ଯାଞ୍ଚରେ ବାଦ୍ ପଡିଛନ୍ତି । ତେବେ କାହିଁକି ପ୍ରତ୍ୟାଖାନ ହେଲେ ବୋଲି ବାରମ୍ବାମର ପଚାରିଥିଲେ ବି କୌଣସି ଉତ୍ତର ପାଇ ନଥିଲେ । ନିଜ ସମର୍ଥକମାନଙ୍କ ସହ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ପତ୍ର ମାଧ୍ୟମରେ ତାଙ୍କ ଜାତିଗତ ପ୍ରମାଣପତ୍ର ଓଡିଶା ରାଜ୍ୟର ନ ହୋଇ ବାହାର ରାଜ୍ୟର ହୋଇଥିବା ଯୋଗୁଁ ତାଙ୍କ ନାମାଙ୍କନ ନାକଚ ହୋଇଯାଇଥିବା କୁହାଯାଇଛି । ସ୍ୱପ୍ନା ଝାଡଖଣ୍ଡର ଝିଅ ହୋଇଥିଲେ ହେଁ ସେ ନୂଆଗଡର ପ୍ରତ୍ୟୁଷ ରଞ୍ଜନ ପାଣିଙ୍କୁ ବିହାହ କରିଛନ୍ତି । ତାଙ୍କର ଆଧାର କାର୍ଡ ଓ ଭୋଟର ତାଲିକାରେ ନୂଆଗଡ ବାସିନ୍ଦା ଭାବେ ପ୍ରମାଣ ରହିଥିବା ବେଳେ ଆଦିବାସୀ ଜାତିଗତ ପ୍ରମାଣ ପ୍ତର ସେ ପୈତୃକ ସ୍ଥାନରେ ଦ।।ଖଲ କରିଥିଲେ । ଏଣୁ ତାଙ୍କୁ ପ୍ରତ୍ୟାଖାନ କରିବା ଯୁକ୍ତିସଂଗତ ଏବଂ ନିୟମ ଅନ୍ତର୍ଗତ ନୁହେଁ ବୋଲି ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ତ ପ୍ରମ।।ଣପତ୍ର ଥାଇ ବି ସେ ଜଣେ ଆଦିବାସୀ ମହିଳା ହୋଇଥିବା ଯୋଗୁଁ ତାଙ୍କ ପ୍ରତି ଅଣଦେଖା କରାଯାଇଛି ବୋଲି ସ୍ୱପ୍ନା ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲାନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ ବୋଲି ସ୍ୱପ୍ନା ଓ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ଏନେଇ ବ୍ଲକ ନିର୍ବାଚନ ଅଧିକାରୀ ଲାବଣେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ ସରକାରୀ ନିୟମ ଅନୁସାରେ ହିଁ ନାକଚ କରାଯାଇଛି ବୋଲି କହିଛନ୍ତି ।


