ଓଡିଶା କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ଜୱାଦ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବା, ଚାଷୀ ଓ ଭାଗଚାଷୀଙ୍କୁ ଏକ ଲକ୍ଷ ଟଙ୍କା ବିନା ସୂଧରେ ଋଣ ଓ ମାଗଣାରେ ବୀହନ, ସାର ଓ ପମ୍ପସେଟ ଯୋଗାଇବା, ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗାଇବା, ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରି ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ପାରମ୍ପରିକ ବନବାସୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଓ ଜିଲ୍ଲାରେ ନୂତନ ଜଳ ପ୍ରକଳ୍ପ ପ୍ରତିଷ୍ଠା କରି ସମସ୍ତ ଅଂଚଳର ଜମିକୁ ଜଳ ସେଚନ କରିବା ସମେତ କୃଷକଙ୍କ ହିତ ନିମନ୍ତେ ବିଭିନ୍ନ ଦାବୀ ନେଇ ଶୁକ୍ରବାର ଓଡିଶା କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସହିତ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ଏହି ଗଣଧାରଣାରେ ଓଡିଶା କୃଷକ ସଭାର ଜିଲ୍ଲା କମିଟି ସଭାପତି ଗୋପାଳ କୃଷ୍ଣ ପାଣିଗ୍ରାହୀ, ନୀଳମଣି ଗୁରୁ, ବିଭୂପ୍ରସାଦ ପାଣିଗ୍ରାହୀ, ରାମଚନ୍ଦ୍ର ନାୟକ, ଅଜୟ ଗୈାଡ, ଗଣେଶ ପଗଡ ଓ ଖଲି ତରାଇ ଙ୍କ ସମେତ ବହୁ ଚାଷୀ ଓ ଭାଗଚାଷୀ ମାନେ ସାମିଲ ରହିଥିଲେ । ପ୍ରାରମ୍ଭରେ ଓଡିଶା କୃଷକ ସଭା ପକ୍ଷରୁ ଶହ ଶହ ଚାଷୀ ଓ ଭାଗଚାଷି ମାନଙ୍କୁ ସାମିଲ କରାଯାଇ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହରପରିକ୍ରମା କରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।