ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘର ଜିଲା ଶାଖାର ପୁନର୍ବିନ୍ୟାସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକସ୍ଥିତ ଲୋକନାଥ ମନ୍ଦିର ପରିସରରେ ଜିଲା ସଂଘ କାର୍ଯ୍ୟକାରୀ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ପ୍ରାକ୍ତନ ସଭାପତି ଆଲୋକ କୁମାର ନାୟକ ପୌରହିତ୍ୟ କରିଥିଲେ । ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଂଘର ଅଧ୍ୟକ୍ଷ ଭାବେ ଆଲୋକ କୁମାର ନାୟକ, ସଭାପତି ଭାବେ ଶିବ ନାରାୟଣ ପାଣି, ସଂପାଦକ ଭାବେ ଅଜିତ୍ କୁମାର ମହାପାତ୍ର, ଉପସଭାପତି ବିକ୍ରମାଦିତ୍ୟ ନାୟକ, ସହସଂପାଦକ ଭୀମସେନ ସାମଲ, କୋଷାଧ୍ୟକ୍ଷା ବାସନ୍ତୀଲତା ସ୍ୱାଇଁ, ଯୁଗ୍ମ ସଂପାଦକ ଶାନ୍ତନୁ କୁମାର ଜେନା, ସାଂଗଠନିକ ସଂପାଦକ ନିଶାକର ବେହେରା, ହିସାବ ନୀରିକ୍ଷକ ରାମ ଚନ୍ଦ୍ର ମୁର୍ମୁ, ଉପଦେଷ୍ଟା ଭାବେ ପ୍ରମୋଦ କୁମାର ନାୟକ ଓ ଆଲୋକ କୁମାର ମଲ୍ଲିକଙ୍କୁ ଚୟନ କରାଯାଇଥିଲା । ଏଥିସହିତ ଜିଲାର ସମସ୍ତ ବ୍ଲକ ପାଇଁ ୭ଜଣ ବ୍ଲକ ସଂଯୋଜକଙ୍କୁ ଚୟନ କରାଯାଇଥିଲା । ତିହିଡି ବ୍ଲକରେ ସନ୍ତୋଷ କୁମାର ମହାନ୍ତି, ଚାନ୍ଦବାଲି ବ୍ଲକରେ ନଗେନ୍ ପଣ୍ଡା, ବାସୁଦେବପୁର ବ୍ଲକରେ କେଦାର ବେହେରା, ବନ୍ତ ବ୍ଲକରେ ଶିବ ମୁର୍ମୁ, ଭଣ୍ଡାରିପୋଖରୀ ବ୍ଲକରେ ମମତା ମଂଜରୀ ସେଠୀ, ଧାମନଗର ବ୍ଲକ ପାଇଁ ଅଜୟ କମାର ଦାସଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ