ଓଡିଶା ଚିତ୍ରାଳୟ ମାଲିକ ସଂଘ ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ): ଓଡିଶା ଚିତ୍ରାଳୟ ମାଲିକ ସଂଘ ଆନୁକୁଲ୍ୟରେ ମା କୁରେଇଶୁଣି ଲୋକକଳା ନିର୍ଦ୍ଦେଶକ ସଂଘ ଏବଂ ଗଞ୍ଜାମ ଜିଲ୍ଲା ଶବ୍ଦାଲୋକ ଓ ଚିତ୍ରାଳୟ କାରିଗର ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଗୋଷାଣି ନୂଆଗାଁ ସ୍ଥିତ ମା କାଳୁଆ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରାଳୟ ମାଲିକ ସଂଘ ରାଜ୍ୟ ସଭାପତି ନାରାୟଣ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ନିର୍ଦ୍ଦେଶକ ସଂଘର ଉପଦେଷ୍ଟା ଡା. ତିରୁପତି ସାହୁ, ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, ଗଞ୍ଜାମ ଜିଲ୍ଲା ଚିତ୍ରାଳୟ ଶାଖା ସଭାପତି ଦିଲ୍ଲୀପ କୁମାର ସାମନ୍ତରା,ନୟାଗଡ ଶାଖା ସଭାପତି ପ୍ରମୋଦ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁବାସ ଚନ୍ଦ୍ର ସାହୁ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେବା ସହ ଚିତ୍ରାଳୟ ମାଲିକ ସଂଘ, ରାଜ୍ୟ ସଂପାଦକ , କାରିଗର, କଳାକାରମାନଙ୍କୁ ନେଇ ଏକ ମହାମେଣ୍ଟ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ସହ ନାଟକ ମଞ୍ଚକୁ ଅପସଂସ୍କୃତି ଠାରୁ ଦୁରେଇ ରଖିବା ନିଷ୍ପତ୍ତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ