ଓଡିଶା ବିକଳାଙ୍ଗ ମଞ୍ଚର ଚାରି ଦଫା ସମ୍ବଳିତ ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଆଜି ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ ହୋଇ ଯାଇଛି । ଏଥିରେ ଓଡିଶା ବିକଳାଙ୍ଗ ମଞ୍ଚ ସମ୍ପାଦକ ଅକ୍ଷୟ କୁମାର ସାହୁ ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସେ ଦୃଢ଼ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ରାଜେଶ ବାରିକ ଏଥିରେ ଯୋଗଦେଇ ସରକାରଙ୍କ ଯୋଜନାକୁ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଶାସନ ସଦା ତତ୍ପର ରହିବା ଉଚିତ ବୋଲି କହିଥିଲେ । ବୈଠକ ଶେଷରେ ଏକତ୍ରିତ ହୋଇଥିବା ପ୍ରାୟ୨୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେବା ସହ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ବିଡ଼ିଓଙ୍କୁ ସାକ୍ଷାତ କରିବା ସହ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷ କରି ଜଣେ ଭିନ୍ନକ୍ଷମ ପରିବାରକୁ ଆବାସ ଯୋଜନା ଯୋଗାଇବା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ବସୁନ୍ଦରା ଯୋଜନାରେ ଜାଗା ଯୋଗାଇଦେବାକୁ ମଧ୍ୟ ଭିନ୍ନକ୍ଷମ ମାନେ ଦାବିପତ୍ରରେ ଉଲ୍ଲେଖ କରିଥିଲେ। ଏହାଛଡା ପ୍ରତ୍ୟକ ମାସ ୧୫ତାରିଖ ସୁଦ୍ଧା ଭିନ୍ନକ୍ଷମ ଭତ୍ତା ଯୋଗାଇବାକୁ ଦାବିପତ୍ର ମାଧ୍ୟମରେ ଜଣାଯାଇଥିଲା । ଅନୁରୂପ ଭାବେ ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ସଭାପତି ଭାସ୍କର ଜେନା, କେଶବ ସାହୁ, ଯଦୁମଣି ଦାସ, ଉମାକାନ୍ତ ସେଠୀ, ଗଙ୍ଗାଧର ସେଠୀ, ସଂଜୁଲତା ସାହୁ, ବଂକୁଲି ସେଠୀ, ରାଜଶ୍ରୀ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ