ଓଡିଶା ମତ୍ସ୍‌୍ୟଜୀବୀ ଫୋରମ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, : ଗୋପାଳପୁର ବନ୍ଦର ପରିସରରେ ବାଲିରେ ପୋତି ହୋଇଥିବା ଚ୍ୟାନାଲ୍‌ର ଡ୍ରେଜିଂ ବ୍ୟବସ୍ଥା ଏବଂ ପଞ୍ଚାୟତବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର କୂଳରେ ପଥର ବନ୍ଧେଇ ତୁରନ୍ତ କରିବା ନିମନ୍ତେ ଓଡିଶା ମତ୍ସ୍‌୍ୟଜୀବୀ ଫୋରମ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ମତ୍ସ୍‌୍ୟଜୀବୀ ଫୋରମ ରାଜ୍ୟ ଉପସଭାପତି ଏମ୍‌.ଗୁମାଲୀଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମତ୍ସ୍‌ଜୀବୀ ଉପରୋକ୍ତ ସଂକ୍ରାନ୍ତରେ ଶୁକ୍ରବାର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲକାନ୍ତ ସେଠୀ ଏବଂ ଗୋପାଳପୁର ବନ୍ଦର (ଭିପି)ଏସ୍‌.କେ.ମହାପାତ୍ରଙ୍କୁ ସାକ୍ଷତ କରି ଦାବି ପତ୍ର ପ୍ରଦାନ କରିଥିଲେ । ମତ୍ସ୍‌୍ୟଜୀବୀଙ୍କ ଦୀର୍ଘ ଦିନର ଏହି ସମସ୍ୟାକୁ ତୁରନ୍ତ ସମାଧାନ ନ କରାଯାଏ ତେବେ ରାଜ୍ୟ ବ୍ୟାପି ମ୍‌ତ୍ସ୍‌୍ୟଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ଏବଂ ଗୋପାଳପୁର ବନ୍ଦର ସମ୍ମୁଖରେ ପଞ୍ଚାୟତବାସୀ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି । ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଏବଂ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ଚ୍ୟାନାଲ୍ ସମସ୍ୟା ନେଇ ଜୀବିକା ହରାଇବାକୁ ବସିଲେଣି । ଚ୍ୟାନାଲ ଟି ବାଲିରେ ସଂପୂର୍ଣ୍ଣ ପୋତି ହୋଇଥିବାରୁ ମାଛ ମାରିବା ପାଇଁ ଡଙ୍ଗାର ଯାତାୟତ ଠପ୍ ହୋଇଯାଇଛି । ଏନେଇ ବହୁବାର ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ନା’ ବନ୍ଦର କର୍ତ୍ତୃପକ୍ଷ କିଏ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ସେହିପରି ସମୁଦ୍ରର ଢେଉ ପଞ୍ଚାୟତକୁ ମାଡି ଆସିଲାଣି । ସମୁଦ୍ର କୂଳରେ ତୁରନ୍ତ ପଥର ବନ୍ଧେଇ ନ ହୁଏ ତେବେ କେଉଁ ମୂହୁର୍ତ୍ତରେ ମଧ୍ୟ ପଞ୍ଚାୟତକୁ ସମୁଦ୍ର ଗ୍ରାସିବାର ସମ୍ଭାବନା ରହିଛି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଥିଲେ । ଏଣୁ ଏହି ଉପରୋକ୍ତ ଦୁଇଗୋଟି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ମତ୍ସ୍‌୍ୟଜୀବୀ ଏବଂ ସେମାନଙ୍କ ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେବ ବୋଲି ଓଡିଶା ମତ୍ସ୍ୟଜୀବୀ ଫୋରମର ଉପସଭାପତି ଏମ୍‌.ଗୁମାଲୀ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରେ ଆଲୋଚନା କରିବା ସହ ଦାବି ଜଣାଇଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଫୋରମର ବି.ଭୀମ, ଆର୍‌.ରାମେୟା, ଜି.ଗଙ୍ଗାଧର, କେ.ସିମାଞ୍ଚଳ, ଏମ୍‌.ଦିଲ୍ଲୀ, ଏନ୍‌.ନାନେୟା ଓ ପି.ମାଧେୟା ସମେତ ବହୁ ମତ୍ସ୍‌୍ୟଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ