ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା)ର ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, କେନ୍ଦ୍ରାପଡା ପକ୍ଷରୁ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ସଙ୍ଘର ସଭାପତି ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବକୁ ଶିକ୍ଷାବିତ ଅବନୀ କୁମାର ମହାନ୍ତି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନରହରି ଦାସ, ମୁଖ୍ୟବକ୍ତା ଭାବେ ଓଷ୍ଟା ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଶ୍ୟାମସୁନ୍ଦରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବାବାଜି ଚରଣ ବାରିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ପଣ୍ଡିତ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ ଓ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡା ବ୍ଲକର ୩୧ଟି ହାଇସ୍କୁଲରୁ ୨୪୭ଜଣ ପ୍ରତିଯୋଗୀ ୧୦ଟି ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ । ସେହିପରି ଅପରାହ୍ନରେ ସଭାପତି ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ମୁଖ୍ୟ ଅତିଥି, ତପନ କୁମାର ସିଂହ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ପରିବେଶବିତ ତଥା ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତି ସଭ୍ୟା ଉର୍ମିଳା ସେଠୀ, ଡେରାବିଶ ବ୍ଲକ ସମ୍ପାଦକ ଗଗନବିହାରୀ ସୁତାର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, କେନ୍ଦ୍ରାପଡା ଅଳାବାଙ୍କସ୍ଥିତ ଜ୍ୟୋତି ମୋଟର୍ସର ପରିଚାଳକ ବଳରାମ ସାହୁ ପ୍ରମୁଖ ଯୋଗଦେଇଥିଲେ । ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି ୧୦ଟି ବିଭାଗର ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀମାନଙ୍କ ନାମ ପାଠ କରିଥିବା ବେଳେ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସେମାନଙ୍କୁ ପୁରସ୍କୃତ କରିଥିଲେ । ଉଦଯାପନୀ ଉତ୍ସବରେ ରାଜକିଶୋର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇପସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁ ଉତ୍ସବକୁ ମଧୁସ୍ମିତା ଦାସ, ନିର୍ମଳ ସାମଲ, ସୋନାଲି ପ୍ରିୟଦର୍ଶିନୀ ରାଉତ, ତପସ୍ୱିନୀ ବିଶ୍ୱାଳ, ଦିପ୍ତୀପ୍ରିୟା ମହାନ୍ତି, ଗିରିଜା ମହାନ୍ତି, ଅବନ୍ତୀ ସେଣ, ସୁକାନ୍ତୀ ମଲ୍ଲ, ମହେନ୍ଦ୍ର ମିଶ୍ର, ଅଲେଖ ପ୍ରସାଦ ନାୟକ, ବାନାମ୍ବର ମଲିକ, ବ୍ରଜକିଶୋର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ